News7 Logo

ଦୁର୍ଗାପୂଜା ପାଇଁ  BMCର ପ୍ରସ୍ତୁତି ବୈଠକ ;  ପୂଜା ମେଲୋଡିରେ ଏଥର ଅଶ୍ଳୀଳ ନୃତ୍ୟକୁ ବାରଣ, ପାର୍କିଂକୁ ଦିଆଯାଇଛି ଗୁରୁତ୍ୱ

NEWS7
durga puja

ଭୁବନେଶ୍ୱର :  ଦୁର୍ଗାପୂଜା ପାଇଁ  BMCର ପ୍ରସ୍ତୁତି ।  ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଏମସି କମିଶନର,ମେୟର, ୱାର୍ଡରକର୍ପୋରେଟର,ପୋଲିସ, ୱାଟକୋ, ଫାୟାର, ସବୁ ବିଭାଗର ଅଧିକାରୀ ସାମିଲ ଥିଲେ। ବୈଠକରେ ପୂଜାକୁ ନେଇ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।  ପୂଜା ମେଲୋଡିରେ ଏଥର  ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି।  ପୂଜାରେ ପାର୍କିଂକୁ ନେଇ ଖୁବ୍ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ନଥିଲେ ପଡିବନି ମିନା ବଜାର। ଏମିତି କି ମିଳିବନି ରାବଣ ପୋଡି ପାଇଁ ଅନୁମତି। ପୂଜା ପରିଚଳନା ପାଇଁ ଖୋଲିବ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ୍।

ଏଥର ପ୍ଲାଷ୍ଟିକ ମୁକ୍ତ ହେବ ପୂଜା।  ମୁଖ୍ୟ ରାସ୍ତାରେ  ତୋରଣ ଲଗେଇ ପାରିବେନି ପୂଜା କମିଟି।  ସବୁ ଭଷାଣି ସ୍ଥାନରେ ଖୋଲିବ କଣ୍ଟ୍ରୋଲ ରୁମ। ଏମର୍ଜେନ୍ସି ପାଇଁ ରଖାଯିବ ଆମ୍ବୁଲାନ୍ସ । ସେପଟେ ବିଭିନ୍ନ ପୂଜା ପେଣ୍ଡାଲରେ ନିଶାକୁ ବାରଣ କରାଯାଇଛି। ଏନେଇ ସଚେତନତା ବାର୍ତ୍ତା ବାଣ୍ଟିବ ପୋଲିସ।  ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି।

ଏମିତି କି  ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଦେଲେ ଡେଡଲାଇନ।  ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ୟ ଟଙ୍କା। ଏମିତି କି ପେଣ୍ଡାଲ ନିକଟରୁ ବୁଲା କୁକୁରଙ୍କୁ ହଟାଇବାକୁ ବି ନିଆଯାଇଛି ନିଷ୍ପତ୍ତି  ।