ନୂଆଦିଲ୍ଲୀ: ଆଇପିଏଲର ନୂଆ ଚାମ୍ପିଅନ ଆରସିବିକୁ ବୁଧବାର ବେଙ୍ଗାଲୁରୁରେ ଜୋରଦାର ସ୍ୱାଗତ କରାଯାଇଛି । ୧୮ ବର୍ଷ ପରେ ଆଇପିଏଲ୍ ଟାଇଟଲ୍ ଜିତି ଆରସିବି ନିଜ ପ୍ରଶଂସକଙ୍କୁ ଖୁସି ଭେଟି ଦେଇଛି । ଏହାରି ଭିତିରେ ଖୋଲା ବସରେ ପରେଡ ହେବ କି ନାହିଁ ତାକୁ ଦ୍ୱନ୍ଦ୍ୱ ଲାଗି ରହିଛି । ପୋଲିସ ପ୍ରଶାସନ ଓପନ୍ ବସ୍ ପରେଡ୍ ପାଇଁ ଟିମ୍ ମ୍ୟାମେଜମେଣ୍ଟକୁ ଅନୁମତି ଦେବାକୁ ମନା କରିଥିଲା । ଏହାରି ଭିତରେ ଫ୍ରାଞ୍ଚାଇଜ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ସୂଚନା ଦେଇଛି । ପୋଲିସର ସ୍ଥିରିକୃତ ନିୟମ ମାନି ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ୍ କରିଛି । ତଥାପି ଓପନ୍ ବସ୍ ପରେଡକୁ ନେଇ ଦ୍ୱନ୍ଦ୍ୱ ରହିଛି ।
🚨 RCB Victory Parade: Today at 5 pm IST. ‼️
— Royal Challengers Bengaluru (@RCBTweets) June 4, 2025
Victory Parade will be followed by celebrations at the Chinnaswamy stadium.
We request all fans to follow guidelines set by police and other authorities, so that everyone can enjoy the roadshow peacefully.
Free passes (limited… pic.twitter.com/raJMXlop5O
ପୂର୍ବକୁ ଖବର ଆସିଥିଲା ଯେ ଆରସିବିକୁ ଖୋଲା ବସରେ ପରେଡ୍ ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ। ବେଙ୍ଗାଲୁରୁ ପୋଲିସ ଟ୍ରାଫିକ୍ ବ୍ୟବସ୍ଥା ବିଗିଡ଼ିବା ଆଶଂକା ପ୍ରକାଶ କରି ଏଭଳି ନିଷ୍ପତ୍ତି ନେଇଛି । ମଙ୍ଗଳବାର ରାତିରେ ଆରସିବି ଚାମ୍ପିଅନ ହେବା ପରେ ବେଙ୍ଗାଲୁରୁ ରାସ୍ତାକୁ ଓହ୍ଲାଇଥିବା ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ନାକେଦମ ହୋଇଥିଲା ।
ଆଇପିଏଲ୍ ୨୦୨୫ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ବୁଧବାର ଅପରାହ୍ଣରେ ବେଙ୍ଗାଲୁରୁ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ପ୍ରଶଂସକ ନିଜ ଟିମକୁ ଜୋରଦାର ସ୍ୱାଗତ ଜଣାଇଥିଲେ । ବିମାନ ବନ୍ଦରରୁ ହୋଟେଲ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ତେବେ ବେଙ୍ଗାଲୁରୁ ପୋଲିସ ଏକ୍ସରେ ବୟାନ ଜାରି କରି କହିଥିଲା ଯେ, ବିଧାନସୌଧରୁ ଷ୍ଟାଡିୟମ ଯାଏ ବହୁପ୍ରତୀକ୍ଷିତ ଖୋଲା ବସରେ ପରେଡ ଯାତାୟତ ଜନିତ ଅସୁବିଧା କାରଣରୁ ହୋଇପାରିବ ନାହିଁ । ସହରର ବର୍ଷା କାରଣରୁ ମଧ୍ୟ ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବେ । ଅନ୍ୟପଟେ ଗତ କାଲି ରାତିର ସ୍ଥିତି ମଧ୍ୟ ପ୍ରଶାସନକୁ ଚିନ୍ତା କରିବାକୁ ବାଧ୍ୟ କରିଛି । ତେବେ ମୁଖ୍ୟମନ୍ତ୍ରୀ ଯଦି ସ୍ୱତନ୍ତ୍ର ଅନୁମତି ଦିଅନ୍ତି, ତେବେ ଯାଇ ଓପନ୍ ବସ୍ ପରେଡ୍ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ହିଁ ଓପନ୍ ବସ୍ ଠିଆ ହୋଇଛି ।