ଖାଇ ସାରି ଶୋଇଥିଲେ, ହୃଦଘାତରେ ଚାଲିଗଲା ସରପଞ୍ଚଙ୍କ ଜୀବନ

NEWS7
bjp-to-stage-barrage-in-baitarani-march-and-sign-campaign-from-next-24th

ଭଦ୍ରକ ୨୩।୧୨ : ହୃଦଘାତରେ ସରପଞ୍ଚଙ୍କ ଦେହାନ୍ତ । ପୂର୍ବତନ ସମିତି ସଭ୍ୟ ତଥା ବର୍ତ୍ତମାନର ସରପଞ୍ଚଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଭଦ୍ରକ ପଞ୍ଚାୟତ ସମିତି ଅଧିନ କଲେଇ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକଙ୍କ ଦେହାନ୍ତ ହୋଇଛି ।

ନିରଞ୍ଜନ ପୂର୍ବରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସୋମବାର ରାତିରେ ଶୋଇଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ବହୁ ବିଳମ୍ବ ଯାଏଁ ନଠିବାରୁ ପରିବାର ଲୋକ ଡାକିଥିଲେ । ହେଲେ ସେ ଆଉ ଉଠିନଥିଲେ । ଏହାପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରପଞ୍ଚଙ୍କ ମୃତ୍ୟୁ ଖବର ଶୁଣି ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।