ନାବାଳିକା ଦୁଷ୍କର୍ମରେ ୩ ଶିକ୍ଷକ ଓ ପିଅନ, ସହଯୋଗ କରୁଥିଲେ ଶିକ୍ଷୟିତ୍ରୀ ; କାହାକୁ କହିଲେ ଭାଇକୁ ମାରିଦେବାର ଧମକ !

NEWS7
bjp-released-list-of-40-star-campaigners-for-delhi-elections

କେନ୍ଦ୍ରାପଡ଼ା ୨୧।୨: କେନ୍ଦ୍ରାପଡ଼ା ରାଜକନିକାରେ ଲଜ୍ଜା l ପବ୍ଲିକ୍ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ l ଦୁଷ୍କର୍ମରେ ସମ୍ପୃକ୍ତ ୩ ଜଣ ଶିକ୍ଷକ ଓ ଜଣେ ପିଅନ l ଏଥିରେ ସହଯୋଗ କରିଛନ୍ତି ସ୍କୁଲର ଜଣେ ଶିକ୍ଷୟିତ୍ରୀ l ବିଗତ ୪ ବର୍ଷ ଧରି ନିୟମିତ ଛାତ୍ରୀଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ଏମାନେ l ଭାଇକୁ ମାରିଦେବାର ଧମକ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ପୋଲିସ ୩ ଜଣ ଶିକ୍ଷକ, ଜଣେ ପିଅନ ଓ ସେମାନଙ୍କୁ ସହଯୋଗ କରିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛି l ଘଟଣାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍ପି ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି l ଏଥିରେ ଜଣେ ମହିଳା ଡିଏସ୍ପି ଓ ଜଣେ ଆଡିସନାଲ ଏସ୍ପି ସାମିଲ ହୋଇଛନ୍ତି l ଏସ୍ପି ସିଦ୍ଧାର୍ଥ କଟାରିଆ ନିଜେ ଟିମ୍ର ନେତୃତ୍ୱ ନେଉଛନ୍ତି l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି l ପୀଡିତାଙ୍କୁ ତ୍ଵରିତ ଓ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଉଦ୍ୟମ କରୁଛି ବୋଲି ଏସ୍ପି ସୂଚନା ଦେଇଛନ୍ତି l

ଏ ଖବର ବି ପଢ଼ନ୍ତୁ:- ୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ଗତ ଜାନୁଆରୀ ୧୪ ତାରିଖରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ l ଏନେଇ ପରିବାର ଲୋକେ ସ୍କୁଲର ପ୍ରିନ୍ସିପାଲଙ୍କୁ ଭେଟି ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ l ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରିନ୍ସିପାଲ ୧୫ ଦିନ ସମୟ ନେଇଥିଲେ l କିନ୍ତୁ ପ୍ରିନ୍ସିପାଲ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ l ଫଳରେ ଅଭିଯୁକ୍ତ ମାନଙ୍କ ସାହସ ବଢି ଯାଇଥିଲା l ତେବେ ଘଟଣା ସମ୍ପର୍କରେ ଛାତ୍ରୀ ପରିବାର ଗତ ୧୮ ତାରିଖରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷାଙ୍କୁ ଭେଟି ଅଭିଯୋଗ କରିଥିଲେ l ପରଦିନ ଅର୍ଥାତ୍ ୧୯ ତାରିଖରେ କମିଟିର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ l ତଦନ୍ତ ସମୟରେ ଅନେକ ଘଟଣା ସାମ୍ନାକୁ ଆସିଥିଲା ଯାହାକି ଅଭିଯୁକ୍ତ ମାନଙ୍କ ସମ୍ପୃକ୍ତି ନେଇ ସୂଚନା ଦେଇଥିଲା l

ଏ ଖବର ବି ପଢ଼ନ୍ତୁ:- ୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

ଅଭିଯୋଗ ପାଇବା ପରେ ପ୍ରିନ୍ସିପାଲ କାହିଁକି ଚୁପ୍ ରହିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି l ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି l