ଆଠଗଡ଼ ୦୭।୦୮ : ଆଠଗଡ଼ ବିଜେପିର ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲେ ବିଜେଡିର ଛାମୁଆ ନେତା ଓ କର୍ମୀ । ଆଠଗଡ଼ ବ୍ଲକ ମେଘା ପଞ୍ଚାୟତର ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଠଗଡ଼ର ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ ଆଠଗଡ଼ ବ୍ଲକ ମେଘା ପଞ୍ଚାୟତ ବିଜେଡିର ଛାମୁଆ ନେତା ଓ କର୍ମୀ । ଦେଶରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଅଞ୍ଚଳର ଉନ୍ନତି ସାଧନ କରିବେ ବୋଲି କହିଛନ୍ତି ବିଜେପିରେ ସାମିଲ ହୋଇଥିବା ନେତା ଓ କର୍ମୀ ।
ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ଧକ୍ଧକ୍ ଗା...
