ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ, ହେଲେ ତାର ରିଟର୍ଣ୍ଣି ନ ଆସିଲେ ଲାଭ କ’ଣ ?

Published By : Prameya-News7 Bureau | August 09, 2025 IST

ଭୁବନେଶ୍ବର ୯।୮: ଜୟପୁର ଠାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ସୁଭଦ୍ରା ଯୋଜନାର ୩ୟ କିସ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସୁଭଦ୍ରା ଯୋଜନା କେବଳ ରାଜନୈତିକ ଫାଇଦା ପାଇଁ କାର୍ଯ୍ୟକାରୀ କରାଯାଇଛି । ସୁଭଦ୍ରା ଟଙ୍କା କେମିତି ଖର୍ଚ୍ଚ ହେଉଛି ତାର ସର୍ଭେ କରାଯିବା ଉଚିତ । ଯେତିକି ଟଙ୍କା ଦିଆଯାଉଛି ସେଥିରେ ମହିଳା ମାନେ ବ୍ୟବସାୟରେ ଲଗେଇ ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।   ନିର୍ବାଚନ ସମୟରେ ଯାହା କହିଥିଲେ ତାହା ଦେଲେ ନାହିଁ । ଏବେ ୫ ହଜାର ଟଙ୍କା ନେଇ କ’ଣ କଜଳ, ଚୁଡ଼ି କିଣିବେ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ତାର ରିଟର୍ଣ୍ଣି କେମିତି ଆସିବ ସେ ବ୍ୟବସ୍ଥା ହେବା ଉଚିତ । କିନ୍ତୁ ଯେଉଁ ଟଙ୍କା ବିନିଯୋଗ ହେଉଛି ତାହାର ରିଟର୍ଣ୍ଣି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଯାହାଦ୍ୱାରା ସେମାନେ ଲାଭ ପାଇବେ । ଏପରି ଭାବେ ସହାୟତା ଦିଆଯିବା ଉଚିତ ଯେମିତି ସେଥିରୁ କିଛି ଉତ୍ପାଦନ କରିପାରିବେ । ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ ହେଲେ ତାହାର ରିଟର୍ଣ୍ଣି ନ ଆସିଲେ ତାର ଲାଭ କ’ଣ । ଏହା କେବଳ ଭୋଟ୍‌ ରାଜନୀତି ପାଇଁ ବ୍ୟବସ୍ଥା ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

You Can Read:

ଘରେ ଖେଳୁଥିବା ବେଳେ ଅଘଟଣ, ଗରମ ଡ଼ାଲି ପାଣି ପଡ଼ି ଶିଶୁ ଆହତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.