ଭୁବନେଶ୍ୱର ୧୫।୦୯ : ଓଡ଼ିଶାରେ ଖରିପ ଚାଷ ଚାଲିଛି। ଚାଷ କାମ ଯେତେବେଳେ ପିକ ରହିଛି। ଚାଷୀଙ୍କୁ ସାରର ଅତ୍ୟନ୍ତ ଆବଶ୍ୟକତା ରହିଛି। ହେଲେ ରାଜ୍ୟ ସରକାର ସାର ଯୋଗାଇ ପାରୁନାହାନ୍ତି। ଚାଷୀ ସାର ପାଇଁ ଦହଗଞ୍ଜ ହେଉଛନ୍ତି। ଚାଷୀଙ୍କୁ ସାର ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ସରକାର କହୁଛନ୍ତି ପର୍ଯ୍ୟପ୍ତ ପରିମାଣରେ ସାର ମହଜୁତ ଅଛି। ଚାଷୀ କହୁଛନ୍ତି ସାର ମିଳୁ ନାହିଁ। କିଏ ସତ କହୁଛି। ଲ୍ୟାମ୍ପ ଏବଂ ପ୍ୟାକସ ଆଗରେ ସାର ପାଇଁ ସକାଳୁ ସନ୍ଧ୍ୟା ଯାଏଁ କିଲୋମିଟର ଯାଏ ଲମ୍ବିଛି ଲାଇନରାଜ୍ୟରେ ସାର କଳାବଜାରୀ ହେଉଛି। ଖୋଲା ବଜାର ଅର୍ଥ ଲାଇସେନ୍ସ ପ୍ରାପ୍ତ ଡିଲର ତିନି ଗୁଣା ଦାମରେ ସାର ବିକ୍ରି କରୁଛନ୍ତି ବୋଲି ବିଜେଡିର ବରିଷ୍ଠ ନେତା କହିଛନ୍ତି ।

ସେହିପରି ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣର ଦିଆଯାଇଛି। ସରକାରଙ୍କୁ ଆହ୍ବାନ କରୁଛୁ। ସରକାରଙ୍କ ମନ୍ତ୍ରୀ ଫିଲ୍ଡକୁ ଯାଆନ୍ତୁ। ଫିଲ୍ଡକୁ ଯାଇ ଦେଖନ୍ତୁ। ମନ୍ତ୍ରୀ ମାନେ କହୁଛନ୍ତି ଚାଷୀ ରାଜନୀତି କରୁଛି। ଏକଥା ଶୁଣି ଆମାକୁ ଲଜ୍ଜ୍ୟା ଲାଗିଲାଣି। ସରକାର ଚାଷୀଙ୍କ ପୋଡ଼ା ଘା ରେ ବାଲି ଦେଉଛନ୍ତି। ଚାଷୀଙ୍କୁ ଅପମାନିତ କରୁଛନ୍ତି। ରାଜ୍ୟରେ ଚାଷୀକୁଳ ଏବେ ହା ହା କାର। ଏହି ପ୍ରସଙ୍ଗ ନେଇ ବିଜେଡି ୪୦ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛି ବିଜେଡି। ସାର ବିତରଣକୁ ଆୟତ୍ତ କରନ୍ତୁ। ୧୪ ମାସ ଭିତରେ ବିଜେପି ସରକାର ନବୀନ ବାବୁ ଚାଷୀଙ୍କ ଯେଉଁ ସବୁ ପଦକ୍ଷେପ ନେଇଥିଲେ ସବୁ ଯୋଜନାକୁ ନିଷ୍ଫଳ କରି ଦେଲେ। ବିଜେପି ସରକାରଙ୍କ ଆଯୋଗ୍ୟତା କାରଣରୁ ଚାଷୀକୁଳ ହା ହା କାର।