ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ତରଫରୁ ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ ଆୟୋଜନ ପାଇଁ ବିସ୍ତୃତ ଆଲୋଚନା

NEWS7
bjd-yet-not-declared-candidate-list-for-10-vidhan-sabha-and-2-ls-seat

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହାଶିବରାତ୍ରି ଉତ୍ସବ କିପରି ସୁରୁଖୁରୁରେ କରାଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସ ମଧ୍ୟ ସମସ୍ତ ପ୍ରସ୍ତୁତି କରିଛି। ଏହି କ୍ରମରେ ଗୁରୁବାର କମିଶନରେଟ ପୋଲିସ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ପ୍ରଶାସନ, କମିଶନରେଟ ପୋଲିସ, ଲିଙ୍ଗରାଜ ଟେମ୍ପୁଲ ଟ୍ରଷ୍ଟ, ସେବାୟତ ତଥ୍ୟା ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇ ଜାଗର ରାତିର ସମସ୍ତ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ଏକ ପ୍ରମୁଖ ଓ ବିଖ୍ୟାତ ଶୈବ କ୍ଷେତ୍ର ଲିଙ୍ଗରାଜଙ୍କ ଜାଗର ଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ କରାଯିବ ସେ ନେଇ ବିସ୍ତ୍ରୃତ ଆଲୋଚନା ହୋଇଥିଲା।

ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଭୁବନେଶ୍ୱର କଟକ କମିସନର ଏସ ଦେବଦତ୍ତ ସିଂ ଉପସ୍ଥିତ ରହିଥିଲେ । ସେହିଭଳି ସ୍ଥାନୀୟ ନେତା ସୁର ରାଉତରାୟ , ବାବୁ ସିଂ, ସମୀର ମହାନ୍ତି, କର୍ପୋରେଟର ବିରଞ୍ଚି ମହାସୁପକାର ମଧ୍ୟ ଯୋଗ ଦେଇଥିଲେ । ସମସ୍ତ ସେବାୟତଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ମହାଦୀପ ଉଠିବା ସମୟ ଠାରୁ ଟ୍ରାଫିକ ନିୟନ୍ତ୍ରଣ ଏ ସମସ୍ତ ସମ୍ପର୍କରେ ବିସ୍ତ୍ରୃତ ଆଲୋଚନା ହୋଇଥିଲା । କିଭଳି ଶାନ୍ତି ଶୃଙ୍ଖଳା ସହ ସମସ୍ତ ନୀତିକାନ୍ତି ଶେଷ ହେବ ଓ କୌଣସି ଅଘଟଣ ନ ଘଟିବ ସେ ନେଇ ସମସ୍ତଙ୍କୁ ସଜାଗ ରହିବାକୁ ଅନୁରୋଧ କରିଥିଲେ କମିଶନରେଟ ପୋଲିସ । ବିଶେଷ କରି ଧାଡ଼ି ଦର୍ଶନ ବ୍ୟବସ୍ଥା ତା ସହ ପାସ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସହ ଉପକୃତ ହେବେ ଶ୍ରଦ୍ଧାଳୁ ସେ ନେଇ ହୋଇଥିଲା ଆଲୋଚନା।

ସେହିଭଳି ଭକ୍ତମାନଙ୍କ ସୁବିଧା, ସୁରକ୍ଷା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ବିଶେଷ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଅଲଗା ପାର୍କିଂ ଜୋନ୍‌ ଓ ବିଶେଷ ଟ୍ରାଫିକ ରୁଟ୍‌ ଲାଗୁ କରାଯିବ। ପୂର୍ବବର୍ଷର ବିଶୃଙ୍ଖଳାକୁ ଧ୍ୟାନରେ ରଖି କୌଣସି ପ୍ରକାରର ଅସୁବିଧା ନ ହେବାକୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ।