News7 Logo

ନାରୀ ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି, ଡିଜିପିଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

NEWS7
bjd

କଟକ ୧୭।୯: ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି । ଏଭଳି ଅଭିଯୋଗ ଆଣି ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି ମହିଳା ସଂଗଠନ । କଟକ ନଗର ବିଜେଡି ମହିଳା ସଂଗଠନ ଆଜି ଏ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । କଟକ ଗ୍ରାମାଞ୍ଚଳ ଏସ୍‌ପି ଅଫିସ୍ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡିଜିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ମହିଳା ସଂଗଠନ ଦାବି କରିଛି । ସେଥିରେ ଅବହେଳା ହେଲେ ଦଳ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି ।