କନିଷି ସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, 'ଭଲ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ନାହିଁ'

Published By : Prameya-News7 Bureau | May 09, 2024 IST

ଭୁବନେଶ୍ବର ୯।୫: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । କନିଷି ସଭାରେ ହଜାର ହଜାର ଲୋକଙ୍କ ଜନସମାଗମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଅଛନ୍ତି । ନିର୍ବାଚନୀ ସଭାକୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସ୍ବାଗତ ଜଣାଇଛନ୍ତି ।

ଗଞ୍ଜାମ ଜିଲ୍ଲା କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି । ଆପଣମାନେ ଭଲ ଅଛନ୍ତି କି ପଚାରିଲେ ନବୀନ । BSKY, ମମତା ଯୋଜନା ଭଲ କି ପଚାରିଲେ । 5T ସ୍କୁଲ ରୂପାନ୍ତରିକରଣ ଭଲ ଲାଗୁଛି କି ପଚାରିଲେ । ଲକ୍ଷ୍ମୀ ବସ୍‌ ଯୋଜନା ଭଲ ଲାଗୁଛି କି ପଚାରିଲେ । ଚାଷୀଙ୍କ କାଳିଆ ଯୋଜନା ଭଲ କି ପଚାରିଲେ । ନବୀନ ପଟ୍ଟନାୟକ ଭଲ କି ପଚାରିଲେ । ଶଙ୍ଖ ଚିହ୍ନ ଭଲ କି ପଚାରିଲେ ମୁଖ୍ୟମନ୍ତ୍ରୀ । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ । ଆପଣ ଯୋଡିଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭଲ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ନିର୍ବାଚନୀ ସଭାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିକ୍ରମ ପଣ୍ଡା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସୁବାଷ ବେହେରା, ଚିକିଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିପ୍ଳବ ପାତ୍ର ଯୋଗ ଦେଇଥିଲେ । 

କନିଷି ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ଆମେ ଡବଲ ଶଙ୍ଖରେ ଭୋଟ୍ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା । ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର କହିଛନ୍ତି, ଗରିବ ପିଲାଙ୍କ ଟଙ୍କାରେ ମର୍ସିଡିସ୍ ଚଢି ବୁଲୁଥିଲେ । ଯେଉଁ ଦଳ ସେଇ ବ୍ୟକ୍ତିଙ୍କ ବିରୋଧରେ ଆନ୍ଦୋଳନ କରିଥିଲା, ସେଇ ଦଳ ତାଙ୍କୁ ପ୍ରାର୍ଥୀ କରିଛି । 

You Can Read :

ଗଞ୍ଜାମ ଓ କନ୍ଧମାଳ ଯିବେ ବିଜେଡି ସୁପ୍ରିମୋ, ପ୍ରଚାର ସହ ଜନସଭାରେ ଦେବେ ଉଦ୍‌ବୋଧନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.