ରାଜ୍ୟ ବିଜେପି ସଭାପତିଙ୍କ ବୟାନ, ୧୫ ଦିନରୁ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳର ହେବ ପରିବର୍ତ୍ତନ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ୱର ୨୬।୦୭ : ଚର୍ଚ୍ଚ-ଆଲୋଚନା ଚାଲିଛି । ୧୫ ଦିନ କି ମାସକ ମଧ୍ୟରେ ନୂଆ ଟିମ୍‌ ଏବଂ ମନ୍ତ୍ରୀମଣ୍ଡଳ । ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ଖାଲିପଡିଥିବା ନିଗମ ପଦବୀ ପୂରଣ ନେଇ ପଚରାଯାଇଥିବା ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । 


ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ଖାଲିପଡିଥିବା ନିଗମ ପଦବୀ ପୂରଣ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆସନ୍ତା ୧୫ ଦିନରୁ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ । ପ୍ରଥମେ ସଂଗଠନ, ବୋର୍ଡ, ନିଗମର ଚୟନ କରାଯିବ । ଆଉ ପରେ ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହେବ । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ମନ୍ତ୍ରିମଣ୍ଡଳରେ ଯାହାକୁ ଯାହା ଦାୟିତ୍ୱରେ ଦିଆଯାଇଛି, ସେ ତାହାକୁ ସେ ଠିକ୍ ଭାବେ ନିର୍ବାହ କରୁଛନ୍ତି । ଦିନ କି ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ପାଇଁ ନୂଆ ଟିମ୍ ଗଠନ କରାଯିବ । ପରେ ବୋର୍ଡ ଓ ନିଗମ ପଦବୀ ପୂରଣ ହେବ। ମନ୍ତ୍ରିମଣ୍ଡଳ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।

ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ଯ ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଚର୍ଚ୍ଚା ହୋଇଛି । ଯେତେବେଳେ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୁଏ, ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୁଏ । ଠିକ୍‌ ସମୟରେ ସବୁ ନିଷ୍ପତ୍ତି ନିଆଯିବ । ବୋର୍ଡ , ନିଗମର ପଦ ଖୁବଶୀଘ୍ର ପୂରଣ ହେବ । ଏହାପରେ ମନ୍ତ୍ରିମଣ୍ଡଳର ୬ ପଦବୀ ମଧ୍ୟ ପୂରଣ ହେବ । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.