କେନ୍ଦ୍ରାପଡ଼ା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ବିଜେଡି

Published By : Prameya-News7 Bureau | August 07, 2025 IST

ଭୁବନେଶ୍ବର ୭।୮: କେନ୍ଦ୍ରାପଡ଼ା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି ବିଜେଡି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଲା । ପରିବାରକୁ ସମବେଦନା । ଗତ ୩ ମାସ ଭିତରେ ଧାରାବାହିକ ଭାବେ ଏଭଳି ଘଟଣା ଘଟିଚାଲିଛି । ପୋଲିସର ଅପାରଗତାକୁ ଦର୍ଶାଉଛି ।  ବାପାଙ୍କ ବୟାନରୁ ଜାଣିଲୁ, ୬ ମାସ ତଳେ ଥାନାକୁ ଯାଇଥିଲେ । କିନ୍ତୁ ଅଭିଯୋଗ ରଖିବା ବଦଳରେ ASI ଜଣଙ୍କ କହିଲେ ତାଙ୍କୁ ଯେ ନମ୍ଵର ବ୍ଲକ କରି ଫଟୋ ଡିଲିଟ କରିଦିଅ ।  ତା ପରିଣାମରେ ଆଜି ଝିଅଟିର ଜୀବନ ଚାଲିଗଲା । ପୋଲିସ ହେଲମେଟ୍ ଚେକ୍ କରୁଛି । ପୋଲିସ କାହିଁକି ଅଭିଯୋଗ ରଖିଲା ନାହିଁ । ପୋଲିସ ଘଟଣା ଘଟିବାର ୪ ଘଣ୍ଟା ପରେ ପହଞ୍ଚିଲେ କାହିଁକି ।  ପୋଲିସ ଡିଜିପି ନିର୍ଦ୍ଦେଶ ଦେବେ କି ତଦନ୍ତ ପାଇଁ ?  ସେ ପିଲା କିଏ, କାହିଁକି ଏଫ୍‌ଆଇଆର ରଖାଗଲା ନାହିଁ ? ଏ ସମସ୍ତ ଘଟଣାର ତଦନ୍ତ ହେବା ଆବଶ୍ୟକ ।  ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ । ବିଗତ ଘଟଣା ଗୁଡ଼ିକରେ ପୋଲିସର ସମ୍ପୃକ୍ତି ରହିଛି । କି କାର୍ଯ୍ୟାନୁଷ୍ଠାନ ନେବେ । ନିଲମ୍ବନ କି ବଦଳି କଲେ ସମାଧାନ ହେବନି ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଏବଂ ବିଜେଡ଼ି ବିଧାୟକ ଧ୍ରୁବ ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

You Can Read:

ଫକୀରମୋହନ ଛାତ୍ରୀ ଆତ୍ମାହୁତି ଘଟଣା : ତଦନ୍ତରୁ ହଟିଲେ CAW ଆଇଜି ଏସ୍‌. ସାଇନି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.