ନିଆଁ ଲାଗି ଜଳିଗଲେ ନାବାଳିକା, ପୋଡ଼ି ଯାଇଛି ଦେହର ୮୦ ପ୍ରତିଶତ !

NEWS7
bjd-mla-candidate-ved-prakash-agrawal-passed-away

ରାଉରକେଲା ୦୬।୧୨ : ସୁନ୍ଦରଗଡ଼ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣ ଅଞ୍ଚଳରେ ଅଘଟଣ । ନିଆଁରେ ଜଳିଗଲେ ନାବାଳିକା । ଦେହର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ସୂଚନା । ଯାହାପରେ ନାବାଳିକାଙ୍କୁ ଉଦ୍ଧାର କରି ତୁରନ୍ତ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍ ଚିତ୍କାର ଶୁଣିଥିଲେ ପରିବାର ଲୋକେ । ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡି ଯାଇ ଦେଖନ୍ତି ତ ନାବାଳିକାଙ୍କ ଦେହରେ ନିଆଁ ଲାଗିଛି । ଏହାପରେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ପରିବାର ଲୋକ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ନାବାଳିକାଙ୍କ ଦେହର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ।

ସେପଟେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ତୁରନ୍ତ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । lତେବେ ନାବାଳିକାଙ୍କ ଦେହରେ ନିଆଁ କେମିତି ଲାଗିଲା, ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଏବଂ ନାବାଳିକାଙ୍କ ବୟାନ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।