ଭୁବନେଶ୍ବର ୧୫।୧: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଭେଟଘାଟ । ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂହ, ଦେବେଶ ଆଚାର୍ଯ୍ୟ ଉପସ୍ଥିତ ଅଛନ୍ତି । ଘରେ ବରିଷ୍ଠ ନେତାଙ୍କ ମେଳିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ସଂଗଠନ ପାଇଁ ବୟସ ବାଧକ ନୁହଁ । ମୋ ଦେହ ଖରାପ ଅଛି । ସେଥିପାଇଁ ମୋ ବନ୍ଧୁ ମାନେ ଭେଟିବାକୁ ଆସିଥିଲେ ।
ସେପଟେ ମୁଖ୍ୟମନ୍ତ୍ରୀ ଭତ୍ତା ବାଣ୍ଟିବାକୁ ନେଇ ପ୍ରସନ୍ନ କହିଛନ୍ତି, ଭତ୍ତା ଆଜି ସରକାର ବାଣ୍ଟୁଛନ୍ତି । ହେଲେ ଦୁଃଖ ନିର୍ବାଚନ ପ୍ରତିଶୃତି ରଖିଲେ ନାହିଁ । ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ନେଇ ନିର୍ବାଚନ ପୂର୍ବରୁ କହିଲେ । ହେଲେ ନିର୍ବାଚନ ପରେ ୮୦ବର୍ଷ ଲୋକଙ୍କ ପାଇଁ କହିଲେ । ଆହେ ସୌଦାଗର ନିଜ ବାକ୍ୟ ନିଜେ ରକ୍ଷା କର । ଲୋକେ ଆଜି ଦୁଃଖିତ ।
ପୋସ୍କୋକୁ ନେଇ କହିଛନ୍ତି, ଯଦି ଓଡ଼ିଶାକୁ ଶିଳ୍ପ ଆସିବ, ସ୍ୱାଗତ । ହେଲେ ଶିଳ୍ପ ନାଁରେ ପରିବେଶକୁ ନଷ୍ଟ କରିବାକୁ ଦିଆଯିବ ନାହିଁ । ନାଲକୋକୁ ନେଇ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ହୋଇଥିଲା । ଏବେ କ’ଣ ପୁଣି ଆଦାନୀକୁ ଦିଆଯିବା ଖବର ଆସିବାରୁ ସେଠି ଆନ୍ଦୋଳନ ହେଲାନି । ଯେଉଁଠି ଆବଶ୍ୟକ, ସେଠି ଶିଳ୍ପ ଆସୁ, ଆମେ ବିରୋଧ କରିବୁ ନାହିଁ । ହେଲେ ପରିବେଶ ନଷ୍ଟ ନ ହେଉ ବୋଲି ପ୍ରସନ୍ନ କହିଛନ୍ତି ।
ଅନାସ୍ଥା ନେଇ ପ୍ରସନ୍ନ କହିଛନ୍ତି, ଗଣତନ୍ତ୍ରରେ ଅନାସ୍ଥା ଆସେ । ହେଲେ ଯଦି କୌଣସି ସରକାର ଏହାର ମୋଡ଼ ବଦଳାନ୍ତି, ତାହା ନିନ୍ଦନୀୟ । ସେପଟେ ଲୋକେ ଚାହୁଁଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ଅଞ୍ଚଳକୁ ଯାଆନ୍ତୁ । ଲୋକେ ଉତ୍ସାହ ସହ ତାଙ୍କୁ ଅପେକ୍ଷା କରିଛନ୍ତି । ନବୀନ ପଟ୍ଟନାୟକ ବିଭିନ୍ନ ଅଞ୍ଚଳ ଯାଉଛନ୍ତି । ତାଙ୍କ ଲୋକପ୍ରିୟତା ଓଡ଼ିଶା ଓ ରାଜ୍ୟ ବାହାରେ ଅଛି । ସେ ଯୁଆଡ଼େ ଯାଉଛନ୍ତି, ଲୋକେ ବହୁ ମାତ୍ରାରେ ଆସୁଛନ୍ତି । ଆଜି ବି ସେ ଓଡ଼ିଶାର ଅଦ୍ଵିତୀୟ ନେତା ବୋଲି ପ୍ରସନ୍ନ କହିଛନ୍ତି ।
You Can Read:
୯ ଜଣଙ୍କୁ ଫାଶୀ ବଦଳରେ ଆଜୀବନ ଜେଲ୍, ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ