ନିମାପଡା ସଭାରୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍‌ଙ୍କ ଟାର୍ଗେଟ୍, ' ଅତିଥି ହୋଇ ଆସିଛନ୍ତି, ସମ୍ମାନ ଦେଇ କଥା ହୁଅନ୍ତୁ ‘

Published By : Prameya-News7 Bureau | May 23, 2024 IST

ଭୁବନେଶ୍ବର ୨୩।୫: ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର । ନିମାପଡ଼ାରେ ଆୟୋଜିତ ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ପାଣ୍ଡିଆନ୍ । ଜନସଭାରେ ଉଦବୋଧନ ଦେବା ଅବସରରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍ । ସେ କହିଛନ୍ତି, ଆପଣଙ୍କ ଗୁରୁଙ୍କ ଗୁରୁ ସହ କାମ କରିଛନ୍ତି ନବୀନ । ୧୯୯୮ରେ ବାଜପେୟୀ ସରକାରରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଅତିଥି ହୋଇ ଆସିଛନ୍ତି, ସମ୍ମାନ ଦେଇ କଥା ହୁଅନ୍ତୁ । ମହାପ୍ରଭୁ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ୍ କହିଛନ୍ତି ।

ଉପସ୍ଥିତ ଜନତାଙ୍କୁ ପାଣ୍ଡିଆନ୍ କହିଛନ୍ତି, ଆପଣଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେବେ । ୯ ତାରିଖରେ ଶପଥ ପରେ ବିଜୁଳି ବିଲ୍‌ ଛାଡ଼ ପ୍ରଥମ ଦସ୍ତଖତ । BSKY ପାଇଁ ଦ୍ବିତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମହିଳାଙ୍କ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । 

ବିଜେଡି ସରକାର ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ବିଜେଡିର ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ନିମାପଡ଼ା ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ନଜର ରହିବ ବୋଲି ପାଣ୍ଡିଆନ୍ କହିଛନ୍ତି ।

You Can Read :

ତୃତୀୟ ପର୍ଯ୍ୟାୟରେ ମୁତୟନ ହେବେ ୧୨୧ କମ୍ପାନୀ CAPF, ସହରୀ ଭୋଟରଙ୍କୁ ଭୋଟ୍‌ ଦେବା ପାଇଁ ସିଇଓଙ୍କ ଅପିଲ୍

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.