Live Live
LIVE

ଟ୍ରମ୍ପଙ୍କ ୨୦ ଗୁଣା ଅଧିକ ଆକ୍ରମଣ ଧମକ, ଇରାନୀ ଅଧିକାରୀ କହିଲେ Be Careful..

NEWS7
bjd-leader-meets-speaker-over-tara-bahinipati-suspension-case

ତେହେରାନ ୧୦।୩: ଇରାନର ଜନୈକ ଶୀର୍ଷ ସୁରକ୍ଷା ଅଧିକାରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇ କହିଛନ୍ତି ଯେ ‘ସାବଧାନ ରହନ୍ତୁ, ହୁଏତ ନିଜେ ସମାପ୍ତ ହୋଇ ଯାଇ ପାରନ୍ତି’। ଏହା ଟ୍ରମ୍ପଙ୍କ ସେହି ଧମକ ଜବାବରେ ଦେଇଛନ୍ତି ଯେଉଁଥିରେ ଟ୍ରମ୍ପ ଇରାନ ଯହି ହରମୁଜ ଷ୍ଟ୍ରେଟ୍ ବନ୍ଦ କରେ ତେବେ ତା ଉପରେ ୨୦ ଗୁଣା ଅଧିକ ଆକ୍ରମଣ କରାଯିବ ବୋଲି କହିଥିଲେ। ଏଥିରେ ଇରାନୀ ଅଧିକାରୀ ଅଲି ଲାରୀଜାନୀ କହିଛନ୍ତି ଯେ ଇରାନ ଭଳି ବଳିଦାନର ଦେଶ ତୁମ ଫାଙ୍କା ଧମକରେ ଡରେନି। ତୁମଠୁ ବି ଅଧିକ ଶକ୍ତିଶାଳୀ ଆମର କିଛି କରିପାରିବେନି, ସାବଧାନ ରୁହ।

ଆମେରିକା ସାମରିକ ଘାଟିକୁ ଟାର୍ଗେଟ କରୁଛି ଇରାନ
ଲାରିଜାନୀ ଇରାନର ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରମୁଖ ଅଟନ୍ତି. ସେ ଖାମେନିଙ୍କ ମୃତ୍ୟୁ ପରେ ଏବେ ଏକ କେନ୍ଦ୍ରୀୟ ଭୂମିକା ନିର୍ବାହ କରୁଛନ୍ତି। ଅତୀତରେ ଆମେରିକା ରାଷ୍ଟ୍ରପତି ଇରାନ ଉପରେ ତାଙ୍କ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କରିଥିଲେ। ଇରାନ ଯୁଦ୍ଧ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁ ଆରମ୍ଭ ହୋଇଛି।ଏଥିରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି। ଏବେ ଇରାନ ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ଥିବା ଆମେରିକା ସାମରିକ ଘାଟିକୁ ଟାର୍ଗେଟ କରୁଛି। ଯେଉଁଥିରେ ଇରାନ ଏବେ ବାହାରିନ, ସାଉଦୀ ଆରବ, କତାର, ୟୁଏଇ ଓ କ୍ୱେତ ଭଳି ଦେଶଙ୍କୁ ଟାର୍ଗେଟ କରୁଛି।

ଟ୍ରମ୍ପ କହିଥିଲେ ଯୁଦ୍ଧ ଏକ ‘ସ୍ୱଳ୍ପକାଳିକ’ ସଂଘର୍ଷ
ସୋମବାର ଟ୍ରମ୍ପ ଯୁଦ୍ଧ ସମାପ୍ତିକୁ ନେଇ ଏକ ଅସ୍ପଷ୍ଟ ସୂଚନା ଦେଇଥିଲେ। ସେ କହିଥିଲେ ଯୁଦ୍ଧ ଏକ ‘ସ୍ୱଳ୍ପକାଳିକ’ ସଂଘର୍ଷ ହେବ ଓ ବହୁତ ଶୀଘ୍ର ସମାପ୍ତ ହୋଇଯିବ। ତେବେ ସେ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ହରମୁଜ ଷ୍ଟ୍ରେଟକୁ ବନ୍ଦ କରେ ତେବେ ତା ଉପରେ ବଡ଼ ଧରଣର ଆକ୍ରମଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଇରାନର ଏହି ପଦକ୍ଷେପ ଯୋଗୁ ସାରା ବିଶ୍ୱରେ ଏବେ ତୈଳ ମୂଲ୍ୟ ବୃଦ୍ଧି ହୋଇଛି ଓ ଏଥିରେ ଅନ୍ତର୍ଜାତୀୟ ମାନକ ବ୍ରେଣ୍ଟ କ୍ରୁଡର ମୂଲ୍ୟ ପ୍ରତି ବ୍ୟାରଲ ୧୧୯ ଡଲାର ହୋଇଯାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ମୁଁ କୌଣସି ଆତଙ୍କବାଦୀ ଶାସନକୁ ସାରା ବିଶ୍ୱକୁ ବନ୍ଧକ କରିବାକୁ ଅନୁମତି ଦେଇ ପାରିବିନି। ଏଥିରେ ଯଦି ଇରାନ ଏପରି କିଛି କରେ ତେବେ ତାକୁ ଏହାର ଗୁରୁତର ପରିଣାମ ଭୋଗିବାକୁ ପଡିବ।

ହେଗସେଥ ମଧ୍ୟ ଦେଇଛନ୍ତି ଧମକ
ଆମେରିକା ଡିଫେନ୍ସ ସେକ୍ରେଟାରୀ ପିଟ ହେଗସେଥ ମଧ୍ୟ ଇରାନକୁ ଚେତାବନୀ ଦେଇ ଯଦି ସେ ହରମୁଜ ଷ୍ଟ୍ରେଟରେ ତୈଳ ପ୍ରବାହ ଅଟକାଇବା ଜାରି ରଖେ ତେବେ ତା ଉପରେ ପୂର୍ବାପେକ୍ଷା ଅଧିକ କଠୋର ପ୍ରହାର କରାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ଇରାନ ବିରୋଧରେ ଆମେରିକାର ଯୁଦ୍ଧ ଆଜି ଦିନରେ ସବୁଠୁ ଭୀଷଣ ହେବ। ଏଥିରେ ସବୁଠୁ ଅଧିକ ଯୁଦ୍ଧ ବିମାନ, ସବୁଠୁ ଅଧିକ ବୋମା ବର୍ଷକ ବିମାନ ଦ୍ୱାରା ଆକ୍ରମଣ କରାଯିବ। ସୂଚନା ଅନୁସାରେ ଆମେରିକା ଆଜି ଇରାନର କରାଜରେ ଆକ୍ରମଣ କରିଥିବା ଜଣାପଡିଛି। ସେହିପରି ଇସ୍ରାଏଲ ସେନା ଆକ୍ରମଣର ଆଉ ଏକ ଲହର ଚଳାଇବ ବୋଲି ଘୋଷଣା କରିବା ପରେ ତେହେରାନରେ ଦୁଇଟି ବିସ୍ଫୋରଣ ହୋଇଛି। ଏଥିରେ ଇରାନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଯୁଦ୍ଧ ଯୋଗୁ ଇରାନରେ ମୃତ୍ୟୁ ସଂଖ୍ୟା ୧,୩୩୨କୁ ପହଞ୍ଚିଛି। ଏଥିରେ ୨୦୬ ଜଣ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି।

Also Read..

ଇରାନକୁ ଆମେରିକାର ନୂଆ ଚେତାବନୀ, କହିଲା- ଆଜି ହେବ ସବୁଠୁ ବଡ଼ ଆକ୍ରମଣ