ବିଶ୍ୱ ମଞ୍ଚରେ ହିନ୍ଦୀରେ 'ନମସ୍ତେ....ଆଲିଆଙ୍କ ଦମ୍‌ଦାର ଭାଷଣ, ଭିଡିଓ ଭାଇରାଲ୍

NEWS7
bjd-candidate-pramila-mallick-won-from-binjharpur-seat

ମୁମ୍ୱାଇ ୨୪/୦୨: ‘ନମସ୍କାର! ଅଗ୍ଲା ଆୱାର୍ଡ ଏକ୍ ଐସୀ ଫିଲ୍ମ କେ ଲିୟେ ହୈ, ଜୋ ଅଂରେଜୀ ମେଁ ନହିଁ ହୈ ।’ ଏହା ଥିଲା ବାଫ୍ଟା ମଞ୍ଚରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ପ୍ରଥମ ସମ୍ବୋଧନ । ଏହି ଅନ୍ତର୍ଜାତୀୟ ପୁରସ୍କାର ମଞ୍ଚରେ ଜଣେ ପ୍ରେଜେଣ୍ଟର୍ ଭାବେ ସେ ପ୍ରଥମେ ହିନ୍ଦୀରୁ ନିଜ ଭାଷଣ ଆରମ୍ଭ କରିଥିଲେ । ତା’ପରେ ଇଂରାଜୀରେ କହିଲେ ‘ମୁଁ ହିନ୍ଦୀରେ କହିଲି ଯେ ପରବର୍ତ୍ତୀ ପୁରସ୍କାର ଏଭଳି ଏକ ଫିଲ୍ମ ପାଇଁ ଯାହା ଇଂରାଜୀ ଭାଷାର ନୁହେଁ ।

 

ଫିଲ୍ମ ଅଗଣିତ ଭାଷା କହେ, କିନ୍ତୁ ଆମେ ସର୍ବଦା ସିନେମାର ଭାଷାକୁ ସେଲିବ୍ରେଟ୍ କରୁ ଏବଂ ତାକୁଆମେ ବହୁତ ଭଲ ଭାବେ କହୁ । ଶ୍ରେଷ୍ଠ ଅଣ-ଇଂରାଜୀ ଚଳଚ୍ଚିତ୍ର ପୁରସ୍କାର ପାଇଁ ନୋମିନି ହେଉଛନ୍ତି- ଇଟ୍ ୱାଜ୍ ଜଷ୍ଟ୍ ଆନ୍ ଆକ୍ସିଡେଣ୍ଟ୍, ଦ ସିକ୍ରେଟ୍ ଏଜେଣ୍ଟ୍, ସେଣ୍ଟିମେଣ୍ଟାଲ ଭାଲ୍ୟୁ, ସିରତ୍ ଓ ଦ ଭଏସ୍ ଅଫ୍ ହିନ୍ଦ ରଜବ୍ ।’‘ସେଣ୍ଟିମେଣ୍ଟାଲ ଭାଲ୍ୟୁ’ ଏହି ପୁରସ୍କାର ହାସଲ କଲା । ଆଲିୟାଙ୍କ ହିନ୍ଦୀଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିଶ୍ୱ ମଞ୍ଚରେ ନିଜମୂଳକୁ ଉପସ୍ଥାପନ କରିଥିବାରୁ ଫ୍ୟାନ୍ ତାଙ୍କୁ ପ୍ରଶଂସା କରୁଛନ୍ତି ।ତାଙ୍କ ଲୁକ୍ ପୁରୁଣା ହଲିଉଡ୍ ଓ ସମସାମୟିକ ଷ୍ଟାଇଲ୍ର ମିଶ୍ରଣଥିଲା । ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ସେକ୍ୱିନ୍ଡ ଗୁଚିଗାଉନ୍ ସହିତ ଧଳା ମଖମଲି ଆବରଣ ଜରିଆରେ ସେ ଭିଣ୍ଟେଜ୍ଗ୍ଲାମର୍ ଆଣିଥିଲେ । ମର୍ଲିନ ମୁନ୍ରୋଙ୍କ ଦ୍ୱାରା ପ୍ରେରିତ ତାଙ୍କ ଲୁକ୍ବାଫ୍ଟାର ଅନ୍ୟତମ ସବୁଠୁ ବଡ଼ ଆକର୍ଷଣ ଥିଲା ।