ବିଶିଷ୍ଟ ସମ୍ବାଦିକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଏଚ୍‌କେ ଦୁଆଙ୍କ ପରଲୋକ

NEWS7
bjd-candidate-ananta-narayan-jena-wins-at-bhubaneswar-central-madhya-mla-seat-

ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାମ କରିସାରିଥିବା ଏଚକେ ଦୁଆଙ୍କ ପରଲୋକ । ବୁଧବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ପିଟିଆଇର ରିପୋର୍ଟ ଅନୁସାରେ, ତିନି ସପ୍ତାହ ତଳେ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରଲୋକ ଖବର ପରେ ରାଜନେତା, ସାମ୍ବାଦିକ ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଗୁରୁବାର ଲୋଧୀ ରୋଡ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

୧୯୩୭ ଜୁଲାଇରେ ଜନ୍ମିତ ଏଚକେ ଦୁଆ ଦୁଇ ପ୍ରଧାନମନ୍ତ୍ରୀ (ଅଟଳ ବିହାରୀ ବାଜପେୟୀ ଏବଂ ଏଚଡି ଦେବେଗୌଡ଼ା)ଙ୍କ ଗଣମାଧ୍ୟମ ପରାମର୍ଶଦାତା ମଧ୍ୟ ରହିଥିଲେ। ସେ ନିଜ ତୀକ୍ଷଣ ରାଜନୈତିକ ବୁଝାମଣା ଏବଂ ସଂପାଦକୀୟ ସ୍ବତନ୍ତ୍ରତା ପ୍ରତି ଅତୁଟ ପ୍ରତିବଦ୍ଧତା ପାଇଁ ପ୍ରସିଦ୍ଧ ଥିଲେ। ସେ ଦ ହିନ୍ଦୁସ୍ତାନ ଟାଇମ୍ସ (୧୯୮୭- ୯୪)ର ସଂପାଦକ, ଦ ଇଣ୍ଡିଆନ ଏକ୍ସପ୍ରେସ (୧୯୯୪- ୯୬) ଏବଂ ଦ ଟ୍ରିବ୍ୟୁନ (୨୦୦୩-୦୯)ର ମୁଖ୍ୟ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି।

ଏହା ବାଦ ସେ ଟାଇମ୍ସ ଅଫ୍ ଇଣ୍ଡିଆ (୧୯୯୭- ୯୮)ର ସଂପାଦକୀୟ ପରାମର୍ଶଦାତା ମଧ୍ୟ ରହିଥିଲେ ତଥା ବିଭିନ୍ନ ସମ୍ବାଦପତ୍ରରେ ସଂପାଦକୀୟ ଏବଂ ଟିଭି ଚାନେଲରେ ରାଷ୍ଟ୍ରୀୟ ଏବଂ ଅନ୍ତର୍ଜାତୀୟରେ ପ୍ରସଙ୍ଗ ଉପରେ ନିଜ ରାୟ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ତାଙ୍କୁ ରାଜ୍ୟସଭାକୁ ନାମିତ କରାଯାଇଥିଲା ୨୦୦୯-୨୦୧୫ ପର୍ଯ୍ୟନ୍ତ। ସେ ଏହି ସମୟରେ ବିଦେଶ ପ୍ରସଙ୍ଗ ଏବଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ପିଟିଆଇର ରିପୋର୍ଟ ଅନୁସାରେ, ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ସଦସ୍ୟ ମଧ୍ୟ ଥିଲେ ତଥା ବିଦେଶ ପ୍ରସଙ୍ଗରେ ସ୍ଥାୟୀ ସମିତି ଏବଂ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତା ସମିତି ସମେତ ଅନେକ ଉଚ୍ଚସ୍ତରୀୟ କମିଟିରେ ରହିଥିଲେ। ତାଙ୍କୁ ପୂର୍ବତନ ରାଷ୍ଟ୍ରପତି କେଆର ନାରାୟଣନ ଦ୍ବାରା ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ସହ ପଞ୍ଜାବ ବିଶ୍ବବିଦ୍ୟାଳୟ ଏବଂ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳ ତାଙ୍କର ଡି.ଲିଟ୍ ଉପାଧି ପ୍ରଦା କରିଥିଲା।ସେ ପଞ୍ଜାବ ବିଶ୍ବବିଦ୍ୟାଳୟର ସିନେଟ ଏବଂ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟର ଦରବାରର ସଦସ୍ୟ ମଧ୍ୟ ଥିଲେ।