News7 Logo

ସାବାଡ଼ ହେବେ ଅଳସୁଆ ଓ କାମଚୋର କର୍ମଚାରୀ : ପଞ୍ଚାୟତ କର୍ମଚାରୀଙ୍କଠୁ ବିଡିଓଙ୍କ ଯାଏଁ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

NEWS7
Biometric Attendance

ଭୁବନେଶ୍ବର ୯: ଅଳସୁଆ ଓ କାମଚୋର କର୍ମଚାରୀ ହେବେ ସାବାଡ଼ । ସମୟାନୁବର୍ତ୍ତିତା ଓ କାମରେ ସ୍ୱଚ୍ଛତା ଆଣିବାକୁ ତାଗିଦ । କଡ଼ା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର । ଆଉ ଖସିପାରିବେନି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାର ପଞ୍ଚାୟତିରାଜ ବିଭାଗ କର୍ମଚାରୀ । ବାୟୋମେଟ୍ରିକ ଉପସ୍ଥାନ ବଧ୍ୟତାମୂଳକ କରାଯାଇଛି ।

ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡ଼ିଓଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ ଉପସ୍ଥାନ । ଏଣିକି ସମସ୍ତ ଗ୍ରାମ ପଞ୍ଚାୟତ/ପଞ୍ଚାୟତ ସମିତି/ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ ଉପସ୍ଥାନ ପ୍ରଣାଳୀ । ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ପ୍ରଣାଳୀ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟରେ ଶୃଙ୍ଖଳା ଏବଂ ପ୍ରତିକ୍ରିୟାଶୀଳତାର ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ । ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅଫିସରେ ଯଥାଶୀଘ୍ର ବାୟୋମେଟ୍ରିକ ଲଗାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।