ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବ ପାକିସ୍ତାନ ! ବିଶ୍ୱକପରୁ ଓହରିଲେ ଲାଗିବ ପ୍ରତିବନ୍ଧକ, ଆଇସିସି ଦେଲା ଚେତାବନୀ

NEWS7
binika-durga-puja

ନୂଆଦିଲ୍ଲୀ,|୧:ଏବେ ଆଉ କ୍ରିକେଟ୍ ଖେଳିପାରବନି ପାକିସ୍ତାନ । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ମିଳିବନି ପରମିସନ୍ । ଆଇସିସି ଛଡାଇ ନେବ ଅନେକ ମାନ୍ୟତା । କିଛି ଏପରି ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ମଧ୍ୟ ପିସିବିକୁ ଦେଇଛି ଧମକ୍ ।୨୦୨୬ଟି୨୦ବିଶ୍ୱକପରୁଟିବା ନେଇ ଧମକ ଦେବା ପରେ ତାଗିଦ୍ କରିଛି ଆଇସିସି ।

ରିପୋର୍ଟ ଅନୁସାରେ, ଆଉ ମାତ୍ର ଅଳ୍ପ ଦିନ ପରେ ଆରମ୍ଭ ହେବ ଟି୨୦ବିଶ୍ୱକପ୍ । ଯାହାର ଆୟୋଜନ କରୁଛି ଭାରତ । ତେବେ ଭାରତରେ ଖେଳିବାକୁ ମନା କରିଛି ବାଂଲାଦେଶ । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପାଇଁ ବାଂଲାଦେଶ ଖେଳିବନି । ତା ଜାଗାରେ ସ୍କଟଲ୍ୟାଣ୍ଡ୍ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ତେବେ ବାଂଲାଦେଶର ସମର୍ଥନରେ ବାହାରିଥିଲା ପାକିସ୍ତାନ । ଏହାସହ ଟୁର୍ଣ୍ଣାମେଣ୍ଟରୁ ଦୂରରେ ରହିବ ବୋଲି କହିଥିଲା । ଯାହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଆଇସିସି ।

ଆଇସିସି କହିଛି ଯେ, ପାକିସ୍ତାନ ଯଦି ଟୁର୍ଣ୍ଣାମେଣ୍ଟରେ ସାମିଲ ନହୁଏ ତେବେ କିଛି ଠିକ୍ ହେବନି । ଆଇସିସି ପିସିବି ଉପରେ ପ୍ରତିବନ୍ଧକ ଲଗାଇବ । ଯାହା ପୂର୍ବରୁ କେବେ ହୋଇନି । ପାକିସ୍ତାନ କ୍ରିକେଟର ଭବିଷ୍ୟତ ବି ବିପଦରେ ପଡିବ ବୋଲି ଆଇସିସି କହିଛି ।

ସୂତ୍ରାନୁସାରେ, ଯଦି ପାକିସ୍ତାନ ବିଶ୍ୱକପର ବହିଷ୍କାର କରେ ତାହାଲେ ଏହାର ପରିଣାମ ଭୟଙ୍କର ହେବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କ୍ରିକେଟର ଅସ୍ତିତ୍ୱ ରହିବନି । ପାକ୍ କ୍ରିକେଟର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ ।

ସୂଚନାଯୋଗ୍ୟ, ଲଗାତାର ଭାବେ ବାଂଲାଦେଶ ପାଇଁ ପାକିସ୍ତାନୀ ଓକିଲାତି କରୁଛି । ଏହାସହ ଭାରତ ବିରୋଧରେ ମନ୍ତବ୍ୟ ଦେଉଛି । ତେବେ ପାକ୍ ଯଦି ଏପରି ନୀତି ନଛାଡେ ତେବେ ଦେଶର କ୍ରିକେଟ୍ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରିବ ବୋଲି କୁହାଯାଉଛି ।