News7 Logo

ବାଇକ ଚୋରି ରାକେଟର ପର୍ଦ୍ଦାଫାଶ, ୧୩ ଗାଡ଼ି ସିଜ୍, ୪ ଗିରଫ

NEWS7
ath

ଆଠଗଡ଼ ୧୧।୦୮ : ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ । ଡକାୟତ ଦଳର ମୁଖ୍ୟଙ୍କ ୪ଜଣଙ୍କୁ ବାନ୍ଧିଲା କଟକ ପୋଲିସ । ସେମାନଙ୍କ ନିକଟରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୩ଟି ବାଇକ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ରାଜା ଓରଫ ଲୁଲୁ ମହନ୍ତ, ଖୁଣ୍ଟୁଣୀ ଥାନା ଡାଳୁଆ ଗାଁର ମନ ଓରଫ ମନୋଜ ଦେହୁରୀ, ଖୁଣ୍ଟୁଣୀ ଥାନା ମାଣିତ୍ରୀ ଗାଁରେ ବିଜୁ ଦେହୁରୀ, ଗୁରୁଡ଼ିଝାଟିଆ ଥାନା କୁଷ୍ପଙ୍ଗୀ ଗାଁର ସତ୍ୟନାରାୟଣ ବେହେରା । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ଆଣି ଖୁଣ୍ଟୁଣୀ ଥାନା ଡାଳୁଆ ଓ କୁଷ୍ପଙ୍ଗି ଠାରେ ରଖିଥିଲେ। ଗତ ୨୭ ତାରିଖରେ ସାବିତ୍ରୀପୁର ଗାଁର କାଳନ୍ଦୀ ବେହେରା ତାଙ୍କର ଏକ ବାଇକ୍‌ ଚୋରି ହୋଇଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ତଦନ୍ତକାରୀ ଅଧିକାରୀ ଘଟଣାର ତଦନ୍ତ କରୁକରୁ ଡାଳୁଆ ଗାଁକୁ ଧରି ତାଠାରୁ ବାଇକ ଜବତ କରିଥିଲେ। ପରେ ମନୋଜର ବୟାନକୁ ଭିତ୍ତିକରି ପୋଲିସ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଅଞ୍ଚଳର ଲୁଲୁ ମହନ୍ତକୁ ଧରି  ପଚରାଉଚରା କରିଥିଲେ। ସେମାନେ ବାଇକ୍‌ ଚୋରି କରି ଖୁଣ୍ଟୁଣୀ ଷ୍ଟେସନ ରୋଡ଼ରେ ବିଜୁ ଦେହୁରୀ କରିଥିବା ବାଇକ୍‌ ଦୋକାନରେ ନମ୍ବର ପ୍ଲେଟ ବଦଳାଇ କରି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ। ଏନେଇ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।