ପଞ୍ଜିକା ସମୀକରଣ ବୈଠକ ଶେଷ, ୫ ପ୍ରକାଶକ ନିର୍ଭୁଲ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ

NEWS7
bijay-mohapatra-reaction-on-corona-14

ପୁରୀ ୧୦।୦୨ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ଶେଷ। ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ସଠିକ୍ ଏବଂ ନିର୍ଭୁଲ ପାଇଁ ଆଲୋଚନା ହୋଇଛି। ପାଞ୍ଚଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ। ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ। ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ଓ ପର୍ବପର୍ବାଣି ପ୍ରସ୍ତୁତ ହୋଇଛି। ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।