ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ

Published By : Prameya-News7 Bureau | July 24, 2025 IST

ଭୁବନେଶ୍ବର ୨୪।୭: ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ଘଟଣା । ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ମାର୍ଟସିଟି ଲିମିଟେଡ଼ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ । ଯେଉଁମାନେ ଆନ୍ଦୋଳନ କରୁଥିଲେ ସେମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ମଙ୍ଗଳବାର ସନ୍ଧ୍ୟାରେ ଛାତ୍ର କଂଗ୍ରେସର କିଛି ସଦସ୍ୟ ଜେଲ୍‌ରୁ ରାଲି ବାହାର କରି ଆସିବା ବେଳେ ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ସ୍ମାର୍ଟ ସିଟି ଲଗାଇଥିବା ବିଏମସି ବାଡ଼କୁ ଭାଙ୍ଗିଥିଲେ ।

You Can Read:

କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ : FM ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.