ଦୁନିଆକୁ ଡରାଉଥିବା ଟ୍ରମ୍ପଙ୍କ ଭୟ, କହିଲେ-କେତେ ଦିନ ବଞ୍ଚିବି ଜାଣିନି

NEWS7
bhupendra-patel-resigns-from-the-post-of-cm-along-with-his-entire-cabinet

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ ଓ ବିଶ୍ଵରେ ଟାରିଫ୍ ଡର ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଚାନକ ଭାବୁକ ହୋଇପଡ଼ିଛନ୍ତି । ସେ କହିଛନ୍ତି, ମୁଁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବି ତାହା ଜାଣି ନାହିଁ । ମୁଁ ଅନେକ ଲୋକଙ୍କ ଟାର୍ଗେଟରେ ଅଛି । ହ୍ଵାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ବେଳେ ଟ୍ରମ୍ ଏହି ବୟାନ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନର ଦୁଇଦିନ ପୂର୍ବରୁ ତାଙ୍କ ଉପରେ ଏକ ଆକ୍ରମଣ ଉଦ୍ୟମ ହୋଇଥିଲା । ଜଣେ ଆତତାୟୀ ଫ୍ଲୋରିଡା ସ୍ଥିତ ଟ୍ରମଙ୍କ ମାର୍-ଏ-ଲାଗୋ ରିସର୍ଟରେ ପଶିବାକୁ ଉଦ୍ୟମ କରି ସୁରକ୍ଷା ଏଜେନ୍ସିଙ୍କ ଗୁଳିରେ ପ୍ରାଣ ହରାଇଥିଲା । ସେତେବେଳେ ଟ୍ରମ୍ପ୍ ୱାଶିଂଟନ ଡିସିରେ ଥିଲେ । ତେବେ ଆତତାୟୀ ଜଣକ କାହିଁକି ବନ୍ଧୁକ ଧରି ରିସର୍ଟରେ ପଶିବାକୁ ଉଦ୍ୟମ କରିଥିଲା, ଏଥିରେ କାହାର ହାତ ରହିଛି, ତାହା ଏବେବି ସ୍ପଷ୍ଟ ହୋଇନାହିଁ ।

ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଏହା ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ୨୦୨୪, ଜୁଲାଇ ୧୩ରେ ଟ୍ରମ୍ଙ୍କ ଉପରକୁ ଏକ ନିର୍ବାଚନୀ ରାଲି ବେଳେ ଜଣେ ଆକ୍ରମଣକାରୀ ଗୁଳି ଚଳାଇଥିଲା । ସେତେବେଳେ ଟ୍ରମ୍ପ୍ ରାଷ୍ଟ୍ରପତି ନ ଥିଲେ । ତାଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନର ୪ ମାସ ପୂର୍ବରୁ ଏହି ଆକ୍ରମଣ ହୋଇଥିଲା । ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।