LIVE TV

ଖୁବ୍ ଶୀଘ୍ର ୟୁରୋପରେ ଚାଲିବ ଭାରତୀୟ UPIର ଯାଦୁ, ବିନା ଝିନଝଟର ହେବ ପେମେଣ୍ଟ

NEWS7
bhavaprasad-das-detain-by-jajpur-town-police

ନୂଆଦିଲ୍ଲୀ ୨୨।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଏନପିସିଆଇ ଇଣ୍ଟରନ୍ୟାସନାଲ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ସହ ମିସି ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହା ଭବିଷ୍ୟତରେ ୟୁରୋପୀୟ ଦେଶଙ୍କୁ ଯାତ୍ରା କରିବା ବେଳେ ଭାରତୀୟ ପର୍ଯ୍ୟଟକ ଓ ସେଠାରେ କାରବାର କରୁଥିବା ବ୍ୟବସାୟୀଙ୍କୁ ବେଶ୍ ସହାୟତା କରିବ। ଏହି ପଦକ୍ଷେପ ଅନୁସାରେ ଭାରତର ୟୁପିଆଇ ଖୁବ୍ ଶୀଘ୍ର ୟୁରୋପର ଇନଷ୍ଟାଣ୍ଟ ପେମେଣ୍ଟ ସିଷ୍ଟମ ଟିପସ୍ ଅର୍ଥାତ ଟାର୍ଗେଟ୍ ଇନଷ୍ଟାଣ୍ଟ ପେମେଣ୍ଟ ସେଟେଲମେଣ୍ଟ ସହ ଯୋଡି ହୋଇଯିବ। ଉଭୟପକ୍ଷ ଏଥି ପାଇଁ ‘ରିୟଲାଇଜେସନ ଫେଜ’ ନିମନ୍ତେ ସହମତି ଦେଇଛନ୍ତି।

ଏହା ଲାଗୁ ହେବା ପରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଆଦି ଦେଶକୁ ବୁଲି ଯାଇଥିବା ଭାରତୀୟ ପର୍ଯ୍ୟଟକ ସିଧା ନିଜ ଫୋନରୁ ୟୁପିଆଇ ସ୍କାନିଂ କରି ଦେୟ ପୈଠ କରିପାରିବେ। ଏଥିରେ ସେମାନେ ରେଷ୍ଟୁରାଣ୍ଟ, ହୋଟେଲ, ଦୋକାନ, ଟ୍ୟାକ୍ସି ସବୁସ୍ଥାନରେ ଭାରତୀୟ ୟୁପିଆଇ ବ୍ୟବହାର କରି ଦେୟ ପୈଠ କରିପାରିବେ । ଏହି ପଇସା ତୁରନ୍ତ ଓ ବହୁତ କମ୍ ଫିରେ ଟ୍ରାନ୍ସଫର ହେବ। ସେହିପରି ୟୁରୋପରୁ ଆସୁଥିବା ଲୋକେ ଭାରତରେ ସହଜରେ ପେମେଣ୍ଟ କରିପାରିବେ। କୁହାଯାଉଛି ଏଥି ଯୋଗୁ ଖାସ କରି କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗୀଙ୍କୁ ଲାଭ ମିଳିବ। କାରଣ ନେଣଦେଣ ଶସ୍ତା, ପାରଦର୍ଶି ଓ ଦ୍ରୁତ ହେବ।

ଏବେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ) କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏଥିରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ୟୁପିଆଇ ଟିପ୍ସ ଲିଂକେଜ୍ ଏହି ବୁଝାମଣା ଯୋଗୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇଯିବ। କାରଣ ଉଭୟ ପକ୍ଷଙ୍କ ମଧ୍ୟରେ ବିତ୍ତିୟ ଇଣ୍ଟେଗ୍ରେସନ ଲାଗି ପ୍ରଥମରୁ ଭୂମି ପ୍ରସ୍ତୁତ କରାଯିବ। ଆରବିଆଇ ଓ ଏନପିସିଆଇ ବୈଷୟିକ ଇଣ୍ଟିଗ୍ରେସନ, ରିସ୍କ ମ୍ୟାନେଜମେଣ୍ଟ ଓ ସେଟେଲମେଣ୍ଟ ବ୍ୟାବସ୍ଥା ଉପରେ ଦ୍ରୁତ କାମ କରୁଛନ୍ତି। ଆଶା କରାଯାଉଛି ୨୦୨୬ ମସିହା ପ୍ରଥମ ୬ ମାସ ସୁଧା ଏହି ସୁବିଧା ଚାଲୁ ହୋଇଯିବ।

ଆରବିଆଇଙ୍କ ସୂତ୍ରରୁ ଦିଆଯାଇଥିବା ସୂଚନାରେ ଏହି ପଦକ୍ଷେପ ଜି-୨୦ ଗାଇଡଲାଇନ ଅନୁସାରେ ନିଆଯାଇଛି। ଏଥିରେ ସବୁ ସଦସ୍ୟ ଦେଶ ପରସ୍ପର ମଧ୍ୟରେ ଆର୍ଥିକ ନେଣଦେଣକୁ ସୁବିଧାଜନକ କରିବା ପାଇଁ ସହତି ଦେଇଛନ୍ତି।