ବାରଙ୍ଗ: ଶ୍ରୀ ଗଣେଶ ଚତୁର୍ଥୀ ଏବଂ ଭାରତ ମସଲାର ୨୬ ତମ ପ୍ରତିଷ୍ଠା ଦିବସ ଅବସରରେ କଟକ, ରାମଦାସପୁର ସ୍ଥିତ ଭାରତ ମସଲା ପରିସରରେ ଜୟ ଭାରତ ଫାଉଣ୍ଡେସନ ପାଳନ କରିଛି "୨୬ତମ ଭାରତ ପ୍ରତିଭା ସମ୍ମାନ ସମାରୋହ-୨୦୨୫"। ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରୋହିତରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, କଟକ ଏସ୍ ସି ବି ମେଡ଼ିକାଲ କଲେଜର ପିଜି ମେଡିସିନ ବିଭାଗର ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ ।
ଭାରତ ମସଲା ପ୍ରତିଭା ମାନଙ୍କୁ ଖୋଜି ୨୬ ବର୍ଷ ଧରି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପୂର୍ବତନ ମୁଖ୍ୟ ଭାରତୀୟ ସେନା ଅଧିକାରୀ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ଭାରତ ଗୌରବ ସମ୍ମାନ , ଓଡ଼ିଶା ଡି.ଏ.ଭି ସ୍କୁଲ ନିର୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀଙ୍କୁ ସେବା ଭାରତ ସମ୍ମାନ ,ଡ. ଅରବିନ୍ଦ ବେହେରାଙ୍କୁ କଥା ଭାରତ ସମ୍ମାନ , ଚଳଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶାଳ ଡ.ଶ୍ୱେତ କୁମାର ଦାଶଙ୍କୁ ସଂସ୍କୃତି ଭାରତ ସମ୍ମାନ , ଏସିଆନ ରୌପ୍ୟ ବିଜୟୀ କିଶୋର ଚନ୍ଦ୍ର ଜେନାଙ୍କୁ କ୍ରୀଡ଼ା ଭାରତ ସମ୍ମାନ, +୨ ବିଜ୍ଞାନରେ ତପେଶ୍ଵର ବାଗଙ୍କୁ ବିଦ୍ୟା ଭାରତ ସମ୍ମାନ , +୨ ବାଣିଜ୍ୟରେ ଆର୍ଛି ଚିନ୍ମୟୀ ପ୍ରଧାନଙ୍କୁ ବିଦ୍ୟା ଭାରତ ସମ୍ମାନ ,+୨ କଳାରେ ପ୍ରିୟଦର୍ଶିନୀ ଗଡ଼ନାୟକଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଅତିଥି ମାନଙ୍କ ଦ୍ଵାରା 'ସମ୍ଭବାମି ଭାରତ' ପୁସ୍ତକ ଉନ୍ମୋଚନ ହୋଇଥିଲା । ପପୁ ପାମ୍ପଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ କମ୍ପାନୀ ପକ୍ଷରୁ ଷରେ ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ଙ୍କ ସମେତ କମ୍ପାନୀର ଅଧିକାରୀ ମାନଙ୍କ ଦ୍ଵାରା ବିଭିନ୍ନ କର୍ମଚାରୀ, ଦିଷ୍ଟ୍ରିବୁଟର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।