ବାଲିଯାତ୍ରା ୨୦୨୫
LIVE TV

ନୂଆପଡ଼ାରେ ବୁଲୁଛି ବାଘ, ଭୟଭୀତ ସ୍ଥାନୀୟ ଲୋକ

NEWS7
best-weight-loss-drink-for-reduce-obesity-during-lockdown

ନୂଆପଡ଼ା ୧୦।୧୧ :  ନୂଆପଡ଼ାରେ ପୁଣି ବାଘ ଆତଙ୍କ। କ୍ୟାମେରାରେ କଏଦ ହେଲା ବାଘର ଫଟୋ। ନୂଆପଡା ରେଞ୍ଜ କୁକୁଡାଟାଲ ଗାଁମୁଣ୍ଡ ହୁରରାବେଡା ଜଙ୍ଗଲ ପଥର ଚଟାଣରେ ଗୋଟିଏ କଲରାପତରିଆ ବାଘ ବସିଥିଲା ଲୋକ ଦେଖିଥିଲେ। କିଛି ଲୋକ ଏହାର ଫଟୋ ମଧ୍ୟ ଉଠାଇଛନ୍ତି। ତେବେ ପୂର୍ବରୁ ଏଠାରେ ୩ଟି କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିଥିଲେ। ବାଘ ଜନବସତିର ଅତି ନିକଟରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି।