Live Live
LIVE

ଅଙ୍ଗଦାନ କରି ମହାନ ହେଲେ ରିତେଶ, ବଞ୍ଚାଇଦେଲେ ୩ ଜଣଙ୍କ ଜୀବନ

NEWS7
bengaluru-stampede-karnataka-high-court-takes-case

ଅନୁଗୁଳ: ହୋଲି ଖେଳିସାରି ଘରକୁ ଫେରୁଥିଲେ। କିନ୍ତୁ ଅଧାବାଟରେ ହେଲେ ଦୁର୍ଘଟଣା ଶିକାର। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ୬ ଦିନ ଧରି ହସ୍ପିଟାଲରେ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଅନୁଗୁଳ ସେରଣ୍ଡା ଗ୍ରାମର ରିତେଶ ପ୍ରଧାନ (୩୨)। ତେବେ ଜୀବନ ଯୁଦ୍ଧରେ ସିନା ହାରିଯାଇଛନ୍ତି ହେଲେ ସମାଜକୁ ଦେଖାଇଦେଇ ଯାଇଛନ୍ତି ମଣିଷପଣିଆର ପ୍ରକୃତ ଉଦାହରଣ। ମୃତ୍ୟୁ ପୂର୍ବରୁ କହିଥିଲେ ଅଙ୍ଗଦାନ କରିବାକୁ, ଆଉ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛନ୍ତି।

କ’ଣ ଥିଲା ଘଟଣା 

ସୂଚନାଥାଉକି, ରିତେଶ ହୋଲି ଖେଳି ଘରକୁ ଫେରିବାବେଳେ ଅନୁଗୁଳ ଶରଧାପୁର ଠାରେ ବାଇକ ଦୁର୍ଘଟଣା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଭୁବନେଶ୍ୱର କେୟାର ହସ୍ପିଟାଲର ତାଙ୍କର ଅଙ୍ଗଦାନ ହୋଇଛି। ତାଙ୍କର ଦୁଇଟି କିଡନୀ ଏବଂ ଲିଭର ତିନି ଜଣକ ଠାରେ ପ୍ରତିରୋପଣ କରାଯାଇଛି।

ସେପଟେ ରିତେଶଙ୍କ ଗାଁରେ ଶୋକାକୁଳ ପରିବେଶ। କେହିବି ଏକଥାକୁ ସହଜରେ ସ୍ବୀକାର କରିପାରୁନାହାଁନ୍ତି। ଅନୁଗୁଳରେ ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟରତ ତାଙ୍କ ପତ୍ନୀଙ୍କ ଆଖିରୁ ଶୁଖୁନି ଲୁହ। ରିତେଶ ତାଙ୍କ ଦୁଇ ଯାଆଁଳା ପୁଅ ଝିଅଙ୍କୁ ପଛରେ ଛାଡ଼ିଯାଇଛନ୍ତି। ଏସବୁ ଭିତରେ ରିତେଶଙ୍କ ମହାନ କାମ ମନେ ପକାଇ ସମସ୍ତେ ପ୍ରଶଂସା କରୁଛନ୍ତି।