LIVE TV

ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଡ୍ରାମା ଆରମ୍ଭ, ରଦ୍ଦ କଲା ପ୍ରେସ କନଫରେନ୍ସ

NEWS7
IND vs PAK

ଦୁବାଇ: ସୁପର-୪ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୁଣି ଥରେ ନାଟକବାଜି ଆରମ୍ଭ କଲା ପାକିସ୍ତାନ। ରବିବାର ଖେଳା ଯିବାକୁ ଥିବା ମହାମୁକାବିଲା ପୂର୍ବରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ରଦ୍ଦ କରିଛି ପାକିସ୍ତାନ କ୍ରିକେଟ୍ ଦଳ। ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏଥିରେ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହେଲେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗା ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ମ୍ୟାଚ୍‌ର ଅବ୍ୟବହିତ ସନ୍ଧାରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ହେଲେ ପାକିସ୍ତାନ ଦଳ ପକ୍ଷରୁ ପ୍ରି ମ୍ୟାଚ ପ୍ରେସ କନଫରେନ୍ସ ରଦ୍ଦ କରାଯାଇଛି। ଏମିତି କରି ପାକିସ୍ତାନ ଦର୍ଶାଇ ଦେଇଛି ଯେ, ସେ ଆଗକୁ ମଧ୍ୟ ଭାରତ ବିପକ୍ଷ ମୁକାବିଲାରେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବ ନାହିଁ। ଏହା  ବାଦ୍ ପାକିସ୍ତାନୀ ଟିମ୍ ମ୍ୟାନେଜମେଣ୍ଟ ନିଜର କ୍ୟାମ୍ପରେ ମୋଡିଭେଶନାଲ ସ୍ପିକର ଡ. ରାହିଲଙ୍କୁ ସାମିଲ୍ କରିଛି। ପାକିସ୍ତାନ ଟିମ୍ ମ୍ୟାଚ୍‌ ପୂର୍ବରୁ ଏ ଅଚାନକ ଏମିତି ନାଟକବାଜି କରିବା କେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦଳରେ ମୋଟିଭେନାଲ ସ୍ପିକରଙ୍କୁ ଯୋଡ଼ିବା ଉପରେ ପାକିସ୍ତାନୀ ଟିମ୍ ମ୍ୟାନେଜମେଣ୍ଟ କହିଛନ୍ତି, ମ୍ୟାଚ୍ ପୂର୍ବରୁ କୌଣସି ପ୍ରକାରର ବାହ୍ୟ କୋଳାହଳ ଏବଂ ପ୍ରଶ୍ନ ଉତ୍ତରରୁ ଦୂରେଇ ରୁହନ୍ତୁ ଖେଳାଳି। ଏହା ସହିତ ମ୍ୟାଚ୍ ପୂର୍ବରୁ ମାନସିକ ଭାବେ ଖେଳାଳି କେମିତି ମଜବୁତ ହେବେ ସେଥିପାଇଁ ଦଳରେ ମୋଟିଭେସନାଲ ସ୍ପିକରଙ୍କୁ ଯୋଡ଼ା ଯାଇଛି। ଏମିତି ହେଲେ ଖେଳାଳିଙ୍କୁ ମାନସିକ ଭାବେ ଦୃଢ ରହିପାରିବେ। ଖେଳାଳିଙ୍କୁ ମାନସିକ ଭାବେ ମଜବୁତ କରିବା, ଆତ୍ମ ବିଶ୍ଵାସ ବଢାଇବା ଏବଂ ମ୍ୟାଚ୍ ସମୟରେ ଚାପରୁ କେମିତି ବର୍ତ୍ତିବେ ତାର ଟ୍ରେନିଂ ଦେବା  ରାହିଲଙ୍କ କାମ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜରେ ମୁକାବିଲା ବହୁତ ଚର୍ଚ୍ଚାରେ ରହିଥିଲା। ମ୍ୟାଚ୍ ସରିବା ପରେ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବାକୁ  ନ ଥିଲେ। ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲେ ପାକିସ୍ତାନୀ ଦଳ।ଏହି କାରଣରୁ  ପୁସ୍କୋର ସମାରୋହକୁ ଅଧିନାୟକ ସଲମାନ ଅଲୀ ଆଗା ବହିଷ୍କାର କରିଥିଲେ।

ପିସିବ ମ୍ୟାଚ୍ ରେରଫୀ ଆଣ୍ଡି ପାଇକ୍ରଫ୍ଟଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିକଟରେ ଫେରାଦ ହୋଇଥିଲା। ପାଇକ୍ରଫ୍ଟଙ୍କୁ ନ ହଟାଇଲେ ମ୍ୟାଚ୍ ବୟକଟର କରିବକୁ ଧମକ ଦେଇଥିଲା ପାକିସ୍ତାନ। ମାତ୍ର ଆଇସିସି ପାକିସ୍ତାନ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା।ହାଇଡ୍ରାମା ପରେ ଶେଷରେ ୟୁଏଇ ସହ ଖେଳିବାକୁ ରାଜି ହୋଇଥିଲା ପାକିସ୍ତାନ। ତେବେ ଏସବୁ ମଧ୍ୟରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ଖେଳାଯିବ ମହାମୁକାବିଲା। ​​​​​​​