ସାବଧାନ, ରେଡି ହେଲାଣି ବୁଲଡୋଜର; ତଡା ଖାଇବେ ସରକାରୀ ଜମି ଜବରଦଖଲ କରିଥିବା ଲୋକ

Published By : Prameya-News7 Bureau | August 27, 2025 IST

ଭୁବନେଶ୍ଵର: କଣ ଆପଣ ଜାଣିଛନ୍ତି ଓଡ଼ିଶା ସରକାରଙ୍କ ଲକ୍ଷେ ଏକର ଜମି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି।  ଡେରିରେ ହେଲେବି ସରକାର ଏବଂ ଅଣ୍ଟା ଭିଡିଛନ୍ତି। ଜବରଦଖଲକାରୀଙ୍କୁ ତଡ଼ିବେ। ସେମାନଙ୍କ କବଜାରେ ରହିଥିବା ଜମିକୁ ଉଦ୍ଧାର କରିବେ। ସରକାରୀ ବିଭାଗ ମାଲିକାନାରେ ଥିବା ଜମିକୁ ଚିହ୍ନଟ କରାଯାଇଛି। ସେମାନଙ୍କ ତାଲିକା ପ୍ରସ୍ତୁତ କରି ପ୍ରତି ତହସିଲରୁ ଜବରଦଖଲ ଉଛେଦ କରିବାକୁ ନିର୍ଦେଶ ଦେଇଛି ରାଜସ୍ୱ ବିଭାଗ। 

ଛାତି ଧଡ଼ ଧଡ଼। ବୁଲଡୋଜର ରେଡି ହେଲାଣି। କେତେବେଳ ବି ମାଡ଼ି ଆସିବ। ଜବରଦଖଲକାରୀଙ୍କୁ ତଡ଼଼ାଯିବ।  ସାବଧାନ!  ସରକାରୀ ଜମି ଜବରଦଖଲ କରିଥିଲେ ତଡା ଖାଇବେ।  ଜବର ଦଖଲକାରୀଙ୍କ କବଜାରେ ଥିବା ସରକାରୀ ଜମି ଉଦ୍ଧାର କରାଯିବ। ସରକାର ଏସବୁ ଜମିକୁ ନିଜ ଅକ୍ତିଆରକୁ ଆଣିବେ। ଏନେଇ ପ୍ରତି ତହସିଲକୁ ନିର୍ଦେଶ ଦେଇଛି ରାଜସ୍ୱ ବିଭାଗ । ପ୍ରତି ତହସିଲରେ ଯେଉଁମାନେ   ସରକାରୀ ଜମି ଜବରଦଖଲ କରିଥିବେ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ। ସେମାନଙ୍କୁ ବେଦଖଲ କରାଯିବ। ଏହି ଅଭିଯାନ ପ୍ରଥମେ ସେମାନଙ୍କ ଠାରୁ ଆରମ୍ଭ ହେବ,ଯେଉଁମାନେ ପ୍ରଭାବଶାଳୀ , ଯେଉଁମାନେ ବଡ଼ ବଡ଼ ଜମି କବଜା କରି ରଖିଛନ୍ତି।  କେବଳ ଭୂମିହୀନଙ୍କୁ ଏଥିରୁ ବାଦ୍ ଦିଆଯିବ। ସେମାନଙ୍କୁ ଅତିବେଶୀରେ ୪ ଡିସମିଲ୍ ଜମି ରଖିବାକୁ ଅନୁମତି ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।  

Also read: କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଏ ଯାଏଁ ତୁଟିନି ନିର୍ବାଚନ ଦ୍ଵନ୍ଦ୍ଵ

ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ହଜାର ହଜାର ଏକର ଜମି ଅବ୍ୟବହୃତ ହୋଇ ପଡିଛି । ଅନେକ କ୍ଷେତ୍ରରେ ସରକାର ସେଥରୁ ଟଙ୍କାଟିଏ ପାଉନଥିବା ବେଳେ ତାହା ଜବରଦଖଲକାରୀଙ୍କ କବଜାରେ ରହିଛି। ବିଧାନସଭାରେ ସରକାର ରଖିଥିବା ତଥ୍ୟ ଅନୁସାରେ ରାଜ୍ୟର ୧ ଲକ୍ଷ ୮ ହଜାର ୭୭୩  ଏକର ଜମି ଜବରଦକଲକାରୀଙ୍କ କବଳରେ ଅଛି। ସେସବୁକୁ ମୁକୁଳାଇବା ଜରୁରୀ ହୋଇପଡ଼ିଛି। ଏ ନିମନ୍ତେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  

କେଉଁ ଜିଲାରେ କେତେ ପରିମାଣର ଅବ୍ୟବହୃତ ସରକାରୀ ଜମି ଅଛି ତାହା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଏସ। ଅଧିଗ୍ରହଣ ହୋଇଥିବା ଜମିରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ | ଏହାପରେ ଏସବୁ ଜମିର ଅବସ୍ଥିତି ଦେଖି ସେଠାରେ କ'ଣ କରାଯାଇ ପାରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ।  ଏଥିପାଇଁ   ଳ୍ୟ।ଣ୍ଡ ଗ୍ରାବିଙ୍ଗ ଆକ୍ଟକୁ ଅଧ୍ୟୟନ ପାଇଁ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଜବରଦଖଲ ହୋଇଥିବା ସରକାରୀ ଜମି ମଧ୍ୟରୁ ୫୫ ହଜାର ୨୯୩ ଏକ ଜମି ମୁକୁଳାଯାଇଛି। କିନ୍ତୁ ଏବେବି ବହୁ ପରିମାଣର ଜମି ଜବରଦଖଲକାରୀ ଛାଡୁନାହାନ୍ତି। ତେଣୁ ସେମାନଙ୍କୁ ହଟାଇବା ଲାଗି ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି। ଆଗେ ପ୍ରଭାବଶାଳୀଙ୍କୁ ହଟାଗଲେ ଅନ୍ୟମାନେ ହଟିଯିବେ ବୋଲି ସରକାର ଆଶା ରଖିଛନ୍ତି। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.