ଦିଲ୍ଲୀ ଦରବାରରୁ ବାଜିଛି ଚୂଡ଼ାନ୍ତ ମୋହର, ଖୁବ୍‌ଶୀଘ୍ର ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା !

NEWS7
bcci-could-appoint-new-batting-coach

ଭୁବନେଶ୍ୱର ୧୫।୦୨ : ସରିଲା ଅପେକ୍ଷା । ଆଶାୟୀଙ୍କ ମାନସିକ ହେବ ପୂରଣ । ଦିଲ୍ଲୀ ଦରବାରରୁ ବାଜିଯାଇଛି ଚୂଡ଼ାନ୍ତ ମୋହର । ଆସନ୍ତା ୩/୪ ଦିନରେ ଯେ କୌଣସି ସମୟରେ ଘୋଷଣା ହୋଇପାରେ ନିଗମ, ସମବାୟ ସଂସ୍ଥା, ଜିଲ୍ଲା ଯୋଜନା କମିଟି ଓ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ, ଉପଦେଷ୍ଟା ଘୋଷଣା । ପ୍ରାୟ ଶହେରୁ ଅଧିକ ନେତା ଏସବୁ ପଦବିରେ ହେବେ ଥଇଥାନ । ନିକଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଥିଲେ ।

ଏ ଖବର ବି ପଢନ୍ତୁ:-ଆସ ସାମିଲ ହେବା, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା : ବିଜେପିରେ ମିଶିଲେ ବାରବାଟିଆ ସରପଞ୍ଚ ଏବଂ ଟିମ୍

ସୂତ୍ର ଅନୁସାରେ ଦିଲ୍ଲୀ ଗସ୍ତ ସମୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ନିଗମ, ବୋର୍ଡ ଯୋଜନା ବୋର୍ଡ, ଜିଲ୍ଲା ଯୋଜନା କମିଟି, ବିଭିନ୍ନ ସମବାୟ ସଂସ୍ଥା ପାଇଁ କାହାକୁ ଚୟନ କରାଯିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସମ୍ଭାବ୍ୟ ତାଲିକାରୁ ଚୂଡ଼ାନ୍ତ ନାମ ଉପରେ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ମୋହର ମାରିଥିବା ଖବର ମିଳିଛି । ସକାରାତ୍ମକ ସିଗନାଲ ପାଇବା ପରେ ମନମୋହନ ଭୁବନେଶ୍ୱର ଫେରିଥିଲେ । ଏହାପରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଭୁବନେଶ୍ୱର ଆସିଛନ୍ତି । ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଖବର ମିଳିଛି ।

ଏ ଖବର ବି ପଢନ୍ତୁ:- ୩ ମାସରେ ସରିବ ପୂରା ପ୍ରକ୍ରିୟା, ୮୦ % ମ୍ୟାପିଂ ଶେଷ: ବୁଥ୍‌ରୁ ରାଜ୍ୟସ୍ତର ୫ ଥାକିଆ ବ୍ୟବସ୍ଥା

ସୂତ୍ର ଅନୁସାରେ ଆଉ ବିଳମ୍ବ ହେବନି । ରାଜ୍ୟରେ ବିଜେପି ସରକାର ଆସିବାକୁ ୧୯ ମାସରୁ ଅଧିକ ସମୟ ହେଲାଣି । ଯେଉଁମାନେ କ୍ଷମତାଠାରୁ ଦୂରରେ ରହି ଦଳ ପାଇଁ କାମ କରି ଆସୁଛନ୍ତି, ସେମାନଙ୍କୁ ଏବେ ନିଗମ, ବୋର୍ଡରେ ଥଇଥାନ କରାଯିବ । ବିଶେଷ କରି ଯେଉଁ ନେତାମାନେ ୨୦୨୪ ନିର୍ବାଚନ ସମୟରେ ଟିକଟ ନ ପାଇଥିଲେ ମଧ୍ୟ ଦଳ ପାଇଁ କଠିନ ପରିଶ୍ରମ କରିଥିଲେ, ସେମାନଙ୍କୁ ଏବେ ନିଗମ, ବୋର୍ଡ ଭାର ଦିଆଯିବ । ଅପରପକ୍ଷରେ ରାଜ୍ୟରେ ସରକାର ବଦଳିବା ପରଠାରୁ ନିଗମ, ବୋର୍ଡ ପଦପଦବି ଖାଲି ରହିଥିବାରୁ ଏଥିରେ ସରକାର ମୁଖିଆ ନିଯୁକ୍ତ କରିବାକୁ ଆଗେଇଛନ୍ତି ।

ଏ ଖବର ବି ପଢନ୍ତୁ:- ବାବର ବନାମ କୁଲଦୀପ, ଇଶାନ ବନାମ ସାହିନ୍...ଏହି ସବୁ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ଫାଇଟ୍