LIVE TV
LIVE TV

ବେଆଇନ ଅନୁପ୍ରବେଶକାରୀଙ୍କର ଆଇନଗତ ଅଧିକାର ନାହିଁ

NEWS7
baragarh-dhanuyatra-on-3rd-day

ନୂଆଦିଲ୍ଲୀ, ୦୩ /୧୨: ଅନୁପ୍ରବେଶକାରୀଙ୍କ ପାଇଁ କୌଣସି ଆଇନଗତ ଅଧିକାର ନାହିଁ । ବେଆଇନ ଭାବେ ଭାରତକୁ ଆସୁଥିବା ବାହାର ଦେଶର ନାଗରିକଙ୍କୁ କୌଣସି ସୁରକ୍ଷା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସାମ ଦୀର୍ଘଦିନ ଧରି ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସାମ୍ନା କରି ଆସୁଛି । ୫ ଜଣ ରୋହିଙ୍ଗ୍ୟା ନିଖୋଜ ହେବା ଘଟଣାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟା ବାଗଚିଙ୍କ ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ଅନୁପ୍ରବେଶକାରୀଙ୍କ ମାନବାଧିକାରଙ୍କୁ ସମ୍ମାନ ଦିଅନ୍ତି । କିନ୍ତୁ ଦିନକୁ ଦିନ ସେମାନେ ଭାରତରେ ରହି ଅନେକ ଅଧିକାର ଦାବି କରିବେ । ଦେଶରେ ଗରିବଙ୍କ ସଂଖ୍ୟା କମ୍ ନୁହେଁ । ଦେଶରେ ଥିବା ସମ୍ବଳ ଉପରେ ଭାରତୀୟ ଗରିବଙ୍କ ଅଧିକାର ରହିଛି । କିନ୍ତୁ ଏହି ଅଧିକାର କୌଣସି ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଇହେବ ନାହିଁ । ହେଲେ ସେମାନଙ୍କ ଉପରେ ହାଜତରେ ଅତ୍ୟାଚାର କରିବା ମଧ୍ୟ ଭୁଲ ବୋଲି କୋର୍ଟ କହିଛନ୍ତି ।

ରୋହିଙ୍ଗ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତରଫରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଛନ୍ତି ଯେ, ରୋହିଙ୍ଗ୍ୟା ପ୍ରସଙ୍ଗରେ ଭାରତ ସରକାର ବିଭିନ୍ନ ଦେଶ ସହ ଆଲୋଚନା କରୁଛନ୍ତି । ଖୁବ୍ ଶୀଘ୍ର ଏହାର ସମାଧାନର ରାସ୍ତା ବାହାରିବ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ରେ ହେବ ବୋଲି କୋର୍ଟ କହିଛନ୍ତି।

ତେବେ ୨୦୦୫ରେ ସର୍ବାନନ୍ଦ ସୋନଓ୍ୱାଲ ମାମଲାରେ କୋର୍ଟ କହିଥିଲେ ଯେ, ଆସାମା ସଦାବେଳେ ବାହ୍ୟଶତ୍ରୁ ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସାମ୍ନା କରି ଆସିଛି । ଏଥିପାଇଁ ବେଆଇନ ବାଂଲା ଅନୁପ୍ରବେଶକାରୀ ଅନେକମାତ୍ରାରେ ଦାୟୀ । ବାଂଲା ନାଗରିକ ଆସାମରେ ଆସି ରହିଛନ୍ତି । ଏଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଥିଲେ ।

ତେବେ କୋର୍ଟଙ୍କ ରାୟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କିଛି ସ୍ଥାନରେ ରୋହିଙ୍ଗ୍ୟାଙ୍କୁ ଶରଣାର୍ଥୀ ଆଖ୍ୟା ଦେବାକୁ ଦାବି ହେଉଛି । କାରଣ ରୋହିଙ୍ଗ୍ୟାମାନେ ସାଧାରଣତଃ ମୁସଲିମ । ମିୟାଁମାର ସରକାର ସେମାନଙ୍କୁ ଦେଶର ନାଗରିକ ଭାବେ ଚିତ୍ରଣ ନକରି ତଡି ଦେଇଥିଲେ । ଯାହା ପରେ ସେମାନେ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଛନ୍ତି । କିଛି ରୋହିଙ୍ଗ୍ୟା ବାଂଲାଦେଶ ଦେଇ ପଶ୍ଚିମବଙ୍ଗରେ ବସତି ସ୍ଥାପନ କରିସାରିଛନ୍ତି ।