ପୁରୀରେ ନିଶା ମାଫିଆଙ୍କୁ ଚେକ୍, ଶାଶୁ ପରେ ଜ୍ବାଇଁ ଘର ଉପରେ ବୁଲିଲା ବୁଲଡୋଜର

NEWS7
barabati-one-day-match-tickets-go-on-sale-at-night-people-are-already-lining-infront-of-counter---

ପୁରୀ ୧୬।୧୨: ପୁରୀରେ ଏଣିକି ନିଶା ମାଫିଆଙ୍କୁ ଆଉ ମାଫ୍ ନାହିଁ । ନିଶା ମାଫିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ । ନିଶା ମାଫିଆ ଟିକି ଖାଁର ତିନୋଟି ଘର ଉପରେ ବୁଲିଛି ବୁଲଡୋଜର ।

ଗତ ୪ ତାରିଖରେ ନିଶା ମାଫିଆ ତଥା ଟିକି ଖାଁର ଶାଶୁ ସୁକାନ୍ତି ପଣ୍ଡାର ନୀଳଚକ୍ର ନଗରରେ ଥିବା ଚାରୋଟି ଘର ଉପରେ ବୁଲିଥିଲା ବୁଲଡୋଜର । ମଙ୍ଗଳବାର ପୁଣି ଥରେ ସୁକାନ୍ତି ପଣ୍ଡାର ଜ୍ବାଇଁ ଟିକି ଖାଁର ଘର ଉପରେ ପୋଲିସ ବୁଲଡୋଜର ବୁଲାଇଛି । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ସରକାରୀ ଜମି ଉପରେ ଥିବା ଦୁଇଟି ଘର ଏବଂ ହୁଳହୁଳିଆ ପୋଲ ନିକଟରେ ଥିବା ଗୋଟିଏ ଘର ଉପରେ ବୁଲଡୋଜର ବୁଲିଛି ।

ବିଭିନ୍ନ ସମୟରେ ବ୍ରାଉନସୁଗାର ବିକ୍ରି କରି ଜେଲ୍ ଯାଇଥିଲା ଟିକି ଖାଁ । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଥିବା ବେଳେ ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିଲା ।