LIVE TV

ସୁପର-୪ରେ ବିଜୟରୁ ଆରମ୍ଭ କଲା ବାଂଲାଦେଶ, ରୋମାଞ୍ଚର ମୁକାବିଲାରେ ଶ୍ରୀଲଙ୍କାକୁ ଦେଲା ମାତ୍

NEWS7
BAN vs SL

ଦୁବାଇ: ସୁପର-୪ରେ ଖେଳା ଯାଇଥିବା ମ୍ୟାଚ୍‌ରେ ବାଜି ମାରିଲା ବାଂଲାଦେଶ। ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କାକୁ ୪ ଓ୍ଵିକେଟ୍‌ ହରାଇ ୨ ପଏଣ୍ଟ ହାସଲ କରିଛି ବାଂଲାଦେଶ। ବାଂଲାଦେଶ ବିଜୟରେ ହିରୋ ସାଜିଛନ୍ତି ସୈଫ ହସନ ଓ  ଟୋହିଦ ହୃଦୟ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦାସୁନ ସନାକାଙ୍କ ୬୪ ରନ ଓ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ବାଂଲାଦେଶ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସୈଫଙ୍କ ୬୧ ରନ ଓ ହୃଦୟଙ୍କ ୫୮ ରନର ଦମଦାର ଇନିଂସ ବଳରେ ମ୍ୟାଚକୁ ଗୋଟିଏ ବଲ୍ ବଳକା ଥାଇ ଜିତି ନେଇଛି। ସବୁଠୁ ମଜାର କଥା ଯେଉଁ ଶ୍ରୀଲଙ୍କା ପାଇଁ ବାଂଲାଦେଶ ସୁପର-୪ରେ ପ୍ରବେଶ କରିଥିଲା, ସେହି ଶ୍ରୀଲଙ୍କାକୁ ମାତ୍ ଦେଇଛି ଦଳ। ଆଉ  ବାଂଲାଦେଶ ସୁପର-୪ରେ ବିଜୟରୁ ଆରମ୍ଭ କରିଛି ଅଭିଯାନ। ​​​​​​​

 

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ପ୍ରଥମ ଓଭରରେ ହିଁ ବଡ଼ ଝଟକା ଲାଗିଥିଲା। ତଞ୍ଜିଦ ହସନ ତମିମ ଖାତା ଖୋଲିବା  ପୂର୍ବରୁ ପାଭିଲିୟନ ଫେରିଥିଲେ। ଏହା ପରେ ସୈଫ ହସନ ଓ ଲିଟନ ଦାସ ଦମଦର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୯ ରନ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ଅଧିନାୟକ ଲିଟନ ଦାସ ୨୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ପୁଣି ସୈଫ ଓ ଟୋହିଡ  ହୃଦୟ ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୫୪ ରନ ଯୋଡ଼ି ଦଳର ବିଜୟ ମଜବୁତ କରିଥିଲେ। ସୈଫ ୪୫ ବଲରୁ ୨ ଚୌକା ଓ ୪ ଛକା ସହ ୬୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ତାଙ୍କ ଆଉଟ୍ ପରେ ହୃଦୟ ଇନିଂସ ସମ୍ଭାଳି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ସେ ୩୭ ବଲରୁ ୪ ଚୌକା ଓ ୨ ଛକା ସହ ୫୮ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତେବେ ମ୍ୟାଚ୍‌ରେ ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବାଂଲାଦେଶ ଶେଷ ଆଡ଼କୁ ଲଗାତାର ୩ ଓ୍ଵିକେଟ୍ ହରାଇବାରୁ ଶେଷ ଓଭରରେ ଜିତିବା ପାଇଁ ୫ ରନ ଦରକାର ଥିଲେ ହେଁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ୧୯.୫ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ବାଂଲାଦେଶ। ଶାମିମ ହୁସେନ ୧୪ ରନ ଓ ନସୁମ ଅହମ୍ମଦ ୧ ରନ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଶ୍ରୀଲଙ୍କା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା। ଦଳ ୭ ଓ୍ଵିକେଟ୍ ହରାଇ ୧୬୮ ରନର ଲଢୁଆ ସ୍କୋର କରିଥିଲା। ଓପନର ପଥୁନ ନିଶଙ୍କା ୨୨ ରନ ଓ କୁଶଲ ମେଣ୍ଡିସ ୩୪ ରନ କରିଥିଲେ। ମଧ୍ୟକ୍ରମରେ ଦାସୁନ ଶନାକା ୬୪ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳି ଦଳର ସ୍କୋରକୁ ୧୬୮ ରନରେ ପହଞ୍ଚାଇଥିଲେ। ଅଧିନାୟକ ଚରିଥ ଅସଲଙ୍କା ୨୧ ରନ ଓ କୁଶଲ ପେରେରା ୧୬ ରନ କରିଥିଲେ। ​​​​​​​