LIVE TV

ବାଲିଯାତ୍ରା ସସ୍‌ପେନ୍ସ ହଟିଲା, ଉଭୟ ଉପର ଓ ତଳ ପଡିଆରେ ହେଵ ବାଲିରେ କିଣାବିକା

NEWS7
baliytara

କଟକ ୧୦/୧୦: ବାଲିଯାତ୍ରା ଆୟୋଜନ ନେଇ ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ହେଵ ବାଲିଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ ଅତିରିକ୍ତ ଜିଲ୍ଲାପାଳ । ଚଳିତ ବର୍ଷ ବାଲିଯାତ୍ରାରେ ୨୪ଶହଟି ଷ୍ଟଲ ରହିଵ । ଉପର ବାଲିଯାତ୍ରା ପଡିଆରେ କଟକର ଐତିହ୍ୟ ସମ୍ପର୍କିତ ଷ୍ଟଲ ରହିଵ । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ହେବ ଭିଣ୍ଟେଜ କାର୍ ରେସ୍ । 

କଟକ ବାଲିଯାତ୍ରା କେଉଁଠି ହେବ? କିପରି କରାଯିବ? ପୂର୍ବ ନିଷ୍ପତ୍ତିରେ ପ୍ରଶାସନ କାଏମ ରହିବ ନା ନିଷ୍ପତ୍ତି ବଦଳିବ । ଏମିତି ଅନେକ ପ୍ରଶାନ ଚାଲିଥିଲା । କାରଣ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରିନିଥିଲେ ହାଇକୋର୍ଟ। ଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଥିଲେ କୋର୍ଟ ।

କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା । ବାଲିଯାତ୍ରା ଆୟୋଜନ କରିବା ହେଉଛି ପ୍ରଶାସନର ଦାୟିତ୍ୱ, ତେବେ ବାଲିଯାତ୍ରା ବେଳେ ଯେପରି ରାସ୍ତା ଅବରୋଧ ନହୁଏ, ଯେପରି ଶବ୍ଦ ପ୍ରଦୂଷଣ ନହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ହୋଇଥିଲା । ତେବେ ଏ ପ୍ରସଙ୍ଗରେ ପଡ଼ିଛି ପୂର୍ଣ୍ଣଛେଦ । ଉଭୟ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜଣାପଡିଛି ।