ଭୁବନେଶ୍ଵର: ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ତୃତୀୟ ଅସ୍ତ୍ରୋପଚାର କରାଯାଇଛି। ତୃତୀୟ ଥର ଅସ୍ତ୍ରୋପଚାର ପାଇଁ ପୀଡ଼ିତାଙ୍କୁ ଦିନ ୧୧ ଟାରୁ OTକୁ ନିଆଯାଇଥିଲା। ପୀଡ଼ିତାଙ୍କ ପାଇଁ ଆମେରିକାରୁ ମେଡିସିନ ଆସିଥିବା ସୂଚନା ମିଳିଛି। ଆମଦାନୀ ମେଡିସିନର ମୂଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବା ଜଣା ପଡ଼ିଛି। ଓଟିରୁ ବାହାରିବା ପରେ ପୋଲିସ ବଳଙ୍ଗା ପୀଡ଼ିତାଙ୍କ ବୟାନ ନେଇପାରେ।
ଏପଟେ ପୀଡିତାଙ୍କ ବାପା ଓ ପିଉସୀଙ୍କୁ ୩୦ ମିନିଟ ରୁ ଅଧିକ ସମୟ ଧରି ଦିଲ୍ଲୀରେ ବଳଙ୍ଗା ପୋଲିସ ପଚରା ଉଚୁରା କରି ସାରିଛି। ଏମ୍ସ ଅନୁମତି ଦେଲେ ଅସ୍ତ୍ରୋପଚାର ପରେ ପୀଡିତାର ବୟାନ ନେବ ପୋଲିସ, ନଚେତ ଆସନ୍ତାକାଲି ପୋଲିସ ପୀଡିତାଙ୍କୁ ପଚରାଉଚରା କରାଯିବ ବୋଲି ଜଣା ପଡ଼ିଛି। ଗତକାଲି ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀରେ ପହଞ୍ଚିଥିଲା ପୋଲିସ ଟିମ୍ । ଡିଏସ୍ପି ହେଡକ୍ବାର୍ଟର କଳ୍ପନା କହଁର, ବଳଙ୍ଗା OIC ଚିତ୍ତରଞ୍ଜନ ପଣ୍ଡା ଦିଲ୍ଲୀ ଯାଇଛନ୍ତି।
Also read: ବିବାଦରେ ପୁଣି ବରପଦା ଇଞ୍ଜିନିୟରିଂ କଲେଜ, ଅଧ୍ୟକ୍ଷଙ୍କୁ ନିସ୍ତୁକ ପିଟିଲେ ନିଲମ୍ବିତ କର୍ମଚାରୀ
ସେପେଟ ବଳଙ୍ଗା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଭୁବନେଶ୍ବର ଏମ୍ସ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନରେ ଫରକ ରହୁଛି। ପୀଡ଼ିତାଙ୍କ ବୟାନକୁ ନେଇ ଅଡ଼ୁଆରେ ଏବେ ପୋଲିସ ଅଡ଼ୁଆ। ପୁଣି ଥରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରେକର୍ଡ଼ ହେବ ବଳଙ୍ଗା ପୀଡ଼ିତାଙ୍କ ବୟାନ । ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।
ତେବେ ପୂର୍ବରୁ ପୀଡ଼ିତା ଜଣକ ଭୁବନେଶ୍ବର ଏମ୍ସରେ ଦେଇଥିବା ବୟାନ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ଭିତରେ ଅନେକ କିଛି ଫରକ ଆସୁଥିବା କୁହାଯାଉଛି । ଏମିତିରେ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବାକୁ ହୋଇଛି ଯୋଜନା । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୯ ଦିନ ହେଲାଣି । ତଥାପି ପୋଲିସ ଘଟଣା ପଛର ରହସ୍ୟକୁ ଉନ୍ମୋଚନ କରିପାରିନି ।
ଶନିବାର ପୁଣି ବଳଙ୍ଗା ଥାନାରେ ପହଞ୍ଚିଥିଲେ ପୁରୀ ଏସ୍ପି ପିନାକ ମିଶ୍ର । ଦୀର୍ଘ ଅଢ଼େଇ ଘଣ୍ଟା କାଳ ଛାନଭିନ ପରେ ପୁରୀ ଏସ୍ପି କହିଥିଲେ ଯେ, ବଳଙ୍ଗା ଘଟଣାର ତଦନ୍ତ ଜାରି ରଖିଛି ସ୍ପେଶାଲ ଟିମ୍ । ତଦନ୍ତ ପାଇଁ ସମୟ ଲାଗୁଛି । ଘଟଣାରେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି । ତଦନ୍ତରେ କୌଣସି ଖିଅ ଛଡ଼ା ଯିବନାହିଁ । ଠିକ୍ ଢ଼ଙ୍ଗରେ ତଦନ୍ତ ଚାଲିଛି । ପୋଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ଲାଗିଛି ବୋଲି ପୁରୀ ଏସ୍ପି କହିଥିଲେ ।