ନୂଆଦିଲ୍ଲୀ: ଚୀନ ସହ ଆଲଚୋନା କରି ବିରଳ ଖଣିଜ ଚୁମ୍ବକର ସମସ୍ୟାର ସମାଧାନ କରିବା ପରେ ଭାରତୀୟ ଇଭି ସେକ୍ଟର ପୁଣି ଥରେ ଦୌଡ଼ିବାରେ ଲାଗିଛି। ବଜାଜ ଅଟୋ ପୁଣିଥରେ ତା’ର ଲୋକପ୍ରିୟ ଇ-ସ୍କୁଟର ଚେତକକୁ ସମସ୍ତ ଡିଲରସିପ୍କୁ ଡିଷ୍ଟ୍ରିବ୍ୟୁଟ କରିବାକୁ ଘୋଷଣା କରିଛି।
ଆମେରିକା ସହ ଟାରିଫ ୱାର ଯୋଗୁ ଚୀନ ଭାରତକୁ ବିରଳ ଖଣିଜ ଚୁମ୍ବକ ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ରପ୍ତାନୀ ଉପରେ ରୋକ ଲଗାଇଥିଲା। ଫଳରେ ଭାରତୀୟ ଇଭି ସେକ୍ଟର ପ୍ରଭାବିତ ହୋଇଥିଲା। ବଜାଜ ଚେତକ ପ୍ରଡକ୍ସନ ସ୍ଲୋ ହୋଇଯାଇଥିଲା। ହେଲେ ଏବେ ଭାରତ ଓ ଚୀନର ସମ୍ପର୍କ ସୁଧୁରିବାରୁ ଚୀନ ଏସବୁ ବିରଳ ଖଣିଜ ପଦାର୍ଥ ଭାରତକୁ ରପ୍ତାନୀ ଆରମ୍ଭ କରିଛି। ଯାହା ଫଳରେ ବଜାଜ ପୁଣିଥରେ ପ୍ରଡକ୍ସନ ଆରମ୍ଭ କରିଦେଇଛି।
କମ୍ପାନୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଗଷ୍ଟ ୨୦ ତାରିଖରେ ବିତରଣ ପୁନଃ ଆରମ୍ଭ କରିଛି। ଆଗାମୀ ପାର୍ବଣ ଋତୁରେ ଗ୍ରାହକଙ୍କ ପାଖକରୁ ସ୍କୁଟର ଡେଲିଭର କରିବାକୁ କମ୍ପାନୀ ବିରଳ ପୃଥିବୀ ଚୁମ୍ବକ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପାଦାନର ପର୍ଯ୍ୟାପ୍ତ ରହିଛି ବୋଲି କମ୍ପାନୀ କହିଛି।
ଜୁନ୍ ୨୦୨୫ରେ, ବଜାଜ୍ ଚେତକ ୩୦୦୧ ଲଞ୍ଚ ହୋଇଥିଲା। ଏହି ସ୍କୁଟର ଚେତକ ୨୯୦୩ର ପରବର୍ତ୍ତୀ ପିଢ଼ିର ଅପଗ୍ରେଡ୍ ଭର୍ଜନ। ଯାହାର ଏକ୍ସ ଶୋ ରୁମ ମୂଲ୍ୟ ୯୯,୯୯୦ ଟଙ୍କା ରଖାଯାଇଥିବା ବେଳେ ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ ଏହାର ଚାରିଦା ରହିଛି। ଚେତକର ଏହି ଅପଗ୍ରେଡ୍ ଭର୍ଜନରେ ୩.୦k ୱାଟର ଫ୍ଲୋରବୋର୍ଡ ମାଉଣ୍ଟେଡ ବ୍ୟାଟେରି ରହିଥିବା ବେଳେ ଏହାର ମାଇଲେଜ୍ ୧୨୭ କିଲିମିଟର ରହିଛି। ଅର୍ଥାତ୍ ଫୁଲ ଚାର୍ଜରେ ଚେତକ ୩୦୦୧ ସ୍କୁଟରଟି ୧୨୭ କିମି ଯିବ। ୩୫ ଲିଟର ଅଣ୍ଡରସିଟ୍ ଷ୍ଟୋରେଜ ମଧ୍ୟ ଏଥିରେ ଦିଆଯାଇଛି।