ଛୋଟ ଛୋଟ କଥା ଭୁଲୁଛନ୍ତି କି ? ବଦଭ୍ୟାସରୁ ଦୁର୍ବଳ ହେଉଛି ମସ୍ତିଷ୍କ

Published By : Prameya-News7 Bureau | August 17, 2025 IST

ନୂଆଦିଲ୍ଲୀ ୧୭।୦୮: ସ୍ମରଣ ଶକ୍ତି ଦୁର୍ବଳ ହେବାରେ ଲାଗିଛି ? ଛୋଟ ଛୋଟ କଥା ଭୁଲୁଛନ୍ତି କି ? ଯଦି ହଁ ତେବେ ଏହା ପଛରେ ରହିଥାଇପାରେ ନିୟମିତ ଜୀବନର କିଛି ବଦଭ୍ୟାସ । ଯାହା ଧୀରେ ଧୀରେ ମସ୍ତିଷ୍କକୁ ଦୁର୍ବଳ କରିଚାଲେ । ଆବଶ୍ୟକଠାରୁ ଅଧିକ ମିଠା ଖାଇବା ଦ୍ୱାରା ମସ୍ତିଷ୍କର କ୍ଷତି ହୋଇଥାଏ । ମସ୍ତିଷ୍କରେ ପ୍ରଦାହ ହୋଇଥାଏ । 

ଫଳରେ କୌଣସି ଜିନିଷ ଶିଖିବା ଓ ମନେ ରଖିବା କ୍ଷମତା ହ୍ରାସ ପାଇଥାଏ । ତେଣୁ ଯଥାସମ୍ଭବ ମିଠା ପରିବର୍ତ୍ତେ ଫଳକୁ ଗୁରୁତ୍ୱ ଦେବା ଶିଖନ୍ତୁ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ଆବଶ୍ୟକ ନିଦରେ ଶୋଇପାରୁ ନାହାନ୍ତି । ଶାନ୍ତିରେ ଶୋଇବା ଦ୍ୱାରା ମସ୍ତିଷ୍କ ବ୍ୟବସ୍ଥିତ ହୋଇଥାଏ । 

ଯଦି ଦିନରେ ୭ରୁ ୮ ଘଣ୍ଟା ଶାନ୍ତି ନ ଶୁଅନ୍ତି, ତେବେ ମସ୍ତିଷ୍କ ଠିକ୍‌ ଭାବେ କାମ କରି ନଥାଏ । ଫଳରେ ବ୍ୟକ୍ତି ବିଭିନ୍ନ ଜିନିଷ ଭୁଲିବା ଆରମ୍ଭ କରିଥାଏ । ଯଦି ଆପଣ ଅଧିକ ସମୟ ଏକା ରହୁଥାନ୍ତି, ସାଙ୍ଗସାଥୀଙ୍କ ସହ ସମୟ ବିତାଉ ନଥାନ୍ତି, ତେବେ ଏହା ମସ୍ତିଷ୍କ ପାଇଁ ଆଦୌ ଠିକ୍‌ ନୁହେଁ । ସାମାଜିକ ଭାବେ ସକ୍ରିୟ ରହିବା ଦ୍ୱାରା ମସ୍ତିଷ୍କର କସରତ ହେବା ସହ ତୀବ୍ରତା ବଢିଥାଏ ।

ସାଙ୍ଗ ଓ ପରିବାର ସହ ସମୟ ବିତାଇବା ଦ୍ୱାରା ମନ ପ୍ରଫୁଲିତ ରହିଥାଏ । କେତେକ ଲୋକ ଭାବିଥାନ୍ତି ଯେ ଏକା ସାଙ୍ଗରେ ଅନେକ କାମ କରିବ ଖୁବ୍‌ ଭଲ । କିନ୍ତୁ ମସ୍ତିଷ୍କ ଉପରେ ଅଧିକ ଚାପ ପଡିଥାଏ । ଗୋଟିଏ ସମୟରେ ଗୋଟିଏ କାମ କରିବା ଦ୍ୱାରା ମସ୍ତିଷ୍କର ଏକାଗ୍ରତା ବଢିଥାଏ ।

 ମଲ୍ଟି ଟାକ୍ସି କରିବା ଦ୍ୱାରା ମସ୍ତିଷ୍କ ଥକି ପଡିଥାଏ । ଏପରିକି କାର୍ଯ୍ୟଦକ୍ଷତା କମିଚାଲେ । ଶରୀର ସହ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ଜରୁରି । ନିୟମିତ ଶାରୀରକ ସକ୍ରିୟତା ବଜାୟ ରଖିବା ଦ୍ୱାରା ମସ୍ତିଷ୍କକୁ ଆବଶ୍ୟକ ରକ୍ତ ସଞ୍ଚାଳନ ହୋଇଥାଏ, ଯାହାଦ୍ୱାରା ମସ୍ତିଷ୍କକୁ ଅଧିକ ଅମ୍ଲଜାନ ଓ ପୋଷକ ତତ୍ତ୍ୱ ମିଳିଥାଏ । ନିୟମିତ ୩୦ ମିନିଟ୍‌ର ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହିଥା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.