LIVE TV

ଓ୍ଵାଶିଂଟନ ସୁନ୍ଦରଙ୍କ ବିସ୍ଫୋରକ ବ୍ୟାଟିଂ, ୩ୟ ଟି-୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଧମାକାଦାର ବିଜୟ

NEWS7
baba-ramdev-insinuated-terror-on-pakistan

ହୋବାର୍ଟ: ହୋବାର୍ଟରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟ୍‌ରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟିମ୍ ଡେଭିଡଙ୍କ ୭୪ ରନ ଓ ମାର୍କସ ଷ୍ଟୋଇନିସଙ୍କ  ୬୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଓ୍ଵାଶିଂଟନ ସୁନ୍ଦରଙ୍କ ବିସ୍ଫୋରକ ୪୯ ରନ ସହ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଭାରତ ୧୮.୩  ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୩୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଭିଷେକ ଶର୍ମା ୧୬ ବଲରୁ ୨୫ ରନ କରିଥିଲେ। ଶୁଭମନ ଗିଲ୍ ୧୫ ରନ କରିଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ବଲରୁ ୨୪ ରନ କରି ଆଉଟ୍ ହୋଇଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଥିଲେ ହେଁ ଆବଶ୍ୟକ ଗତିରେ ରନ ସଂଗ୍ରହ କରି ଚାଲିଥିଲା। ଫଳରେ ଦଳ ଚାପରେ ଆସି ନ ଥିଲା। ତେବେ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନ କରିଥିବା ବେଳେ ତିଳକ ବର୍ମା ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଓ୍ଵାଶିଂଟନ ସୁନ୍ଦର ଓ ଜିତେଶ ଶର୍ମା ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଓ୍ଵାଶିଂଟନ ୨୩ ବଲରୁ ଦ୍ରୁତ ୪୯ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି। ଜିତେଶ ଶର୍ମା ବିଜୟ ସୂଚକା ଚୌକା ମାରି ୨୨ ରନ କରିଥିଲେ।