ପଦାରେ ପଡ଼ିଲା ବାବାଙ୍କ ଯୌନ କେଳେଙ୍କାରୀ : ଫେରାର ବେଳେ କାବୁକଲେ ଗ୍ରାମବାସୀ, ଗିରଫ କଲା ପୋଲିସ

Published By : Prameya-News7 Bureau | August 16, 2025 IST

ଢେଙ୍କାନାଳ ୧୬।୮: ଯୌନ କେଳେଙ୍କାରୀରେ ସମ୍ପୃକ୍ତି ଅଭିଯୋଗରେ ବାବା ମଧୁମଙ୍ଗଳ ଦାସ ଗିରଫ । ମଠରେ ଠାକୁରଙ୍କ ସେବା କରିବା ଆଳରେ ଜଣେ ବିବାହିତା ମହିଳାଙ୍କୁ ଆଣି ଯୌନ ନିର୍ଯାତନା ଦେବା ଘଟଣାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ ଏବେ ଚର୍ଚ୍ଚାକୁ ଆସିଛି । ପୀଡିତା ମହିଳାଙ୍କ ଅଭିଯୋଗ ପରେ ବାବା ଫେରାର ହୋଇଯାଇଥିଲେ । ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁକରି ପୋଲିସର ଜିମା ଦେବା ପରେ  ଯୌନ କେଳେଙ୍କାରୀ ସମୃକ୍ତିରେ ପାଖଣ୍ଡି ବାବା ମଧୁମଙ୍ଗଳ ଦାସକୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଶୁକ୍ରବାର ଠାରୁ କାମାକ୍ଷାନଗର ପୋଲିସ ବାବା ଚଳାଇଥିବା ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ ମଠକରଗୋଳା ଗ୍ରାମରେ ଥିବା ବବର ମଠ ଉପରେ ଚଢ଼ାଉ କରିଛି । ଫୋରେନସିକ୍ ଟିମ୍ ସହିତ ପୋଲିସ ମଠରେ ଛାନଭିନ ଆରମ୍ଭ କରିଛି । ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ବାବାଙ୍କୁ ପୋଲିସ ଶନିବାର କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି । 

ଉଲ୍ଲେଖଯୋଗ୍ୟ ଯେ, ଜଣେ ବିବାହିତା ମହିଳାଙ୍କୁ ଠାକୁର ନୀତିକାନ୍ତି କରିବା ଆଳରେ ମଠରେ ରଖି ତାଙ୍କ ସହ ଜୋରଜବରଦସ୍ତ ଏହି ଭଣ୍ଡ ବାବା ଯୌନସମ୍ପର୍କ ରଖିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବାରୁ ବାବା ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ବବର ମଠରୁ ପୀଡିତା ଜଣଙ୍କ ଖସି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିବାରୁ କାମାକ୍ଷାନଗର ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ମହିଳାଙ୍କ ଅଭିଯୋଗ ମୁତାବକ କାମାକ୍ଷାନଗର ଥାନାରେ ବାବା ମଧୁ ମଙ୍ଗଳ ଦାସ ନାମରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ମାମଲାରେ ଛାନଭିନ ଜାରି ରଖିଛି ।

You Can Read:

ବେଆଇନ କ୍ଲିନିକ୍ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଚାଲିଛି ଯାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.