'ମୋ ଅଧିନାୟକତ୍ୱରେ ଏହା ଘଟିବ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ଏମିତି କହିଲେ ଅକ୍ଷର ପଟେଲ

Published By : Prameya-News7 Bureau | March 25, 2025 IST

ନୂଆଦିଲ୍ଲୀ ୨୫/୦୩: ସୋମବାର (୨୪ ମାର୍ଚ୍ଚ) ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ରୋମାଞ୍ଚକର ବିଜୟ ହାତେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଗୋଟିଏ ୱିକେଟ୍ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ କିଛି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଅଭ୍ୟାସ ହେବା ଉଚିତ କାରଣ ତାଙ୍କ ଅଧିନାୟକତ୍ୱରେ ଏମିତି ହିଁ ହେବ । କହିବାକୁ ଗଲେ ଅକ୍ଷର ପଟେଲଙ୍କୁ IPL ୨୦୨୫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନିଯୁକ୍ତ କରାଯାଇଛି। ସେ ୨୦୨୯ମସିହାରୁ ଦଳ ସହିତ ଅଛନ୍ତି । ଏହି ସିଜିନରେ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ଦଳର ନେତୃତ୍ୱ ନେଉଛନ୍ତି।

ମ୍ୟାଚ୍ ବିଜୟ ପରେ ଅକ୍ଷର ନିଜର ପ୍ରତିକ୍ରିୟା ରଖିଥିଲେ । କହିଥିଲେ କି, ମୋର ନିଷ୍ପତ୍ତି ନେବା ପ୍ରକ୍ରିୟା ଏହିପରି । ତେଣୁ କିଛି ବି ହୋଇପାରେ । କେତେବେଳେ, ପ୍ରଶଂସକମାନେ ରାଗିଯିବେ। ଏବେ ଆମେ ଜିତିଛୁ, ତେଣୁ କେହି କିଛି କହିବେ ନାହିଁ।

ଅକ୍ଷର କହିଥିଲେ-ଆମେ IPLରେ ବହୁତ କିଛି ଦେଖିଛୁ । ପାୱାର ପ୍ଲେରେ ଚାରୋଟି ୱିକେଟ ହରାଇ ମ୍ୟାଚ୍ ଜିତିବା ବହୁତ ଥର ଦେଖାଯାଇନାହିଁ । କିନ୍ତୁ ଏବେ କ୍ରିକେଟ୍ ପରିବର୍ତ୍ତନ ହେଉଛି। ତେଣୁ ତୁମକୁ କେବଳ କ୍ରିଜ୍‌ରେ ରହି ଚେଷ୍ଟା କରିବାକୁ ପଡିବ । ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଅଧିନାୟକ ରିଷଭ ପନ୍ତ କହିଛନ୍ତି- ଆମେ ଏକ ଭଲ ସ୍କୋର କରିଥିଲୁ । ଆମେ ଏହି ପରାଜୟରୁ ବହୁତ୍‌ କିଛି ଶିଖିବୁ । ଉନ୍ନତି କରିବାକୁ ଚେଷ୍ଟା କରିବୁ। ଭୁଲ କେଉଁଠି ହେଲା ତାହା କହିବା ସହଜ। ସେମାନଙ୍କ ପାଇଁ ଟ୍ରିଷ୍ଟାନ ଷ୍ଟବସ୍ ଏବଂ ଆଶୁତୋଷ ଚମତ୍କାର ବ୍ୟାଟିଂ କରିଥିଲେ । ଆଉ ଜଣେ ଖେଳାଳି ବିପ୍ରରାଜ ନିଗମ ମ୍ୟାଚ୍‌କୁ ଦିଲ୍ଲୀ ସପକ୍ଷରେ ଆଣିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.