ହୋଲିରେ ଏଥର ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ

NEWS7
auto-accident-chandbali-naugoda

ଭୁବନେଶ୍ୱର ୦୩।୦୩ : ରବିବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ । ସୋମବାର ଏହା ୩୮ ଡିଗ୍ରୀରେ ଛୁଇଁଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଥିଲା। ତାଳଚେରରେ ୩୫.୪ ଡିଗ୍ରୀରୁ ୩୭ ଡିଗ୍ରୀକୁ ବଢ଼ିଛି। ଭୁବନେଶ୍ୱରରେ ବି ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିଛି । ଦିନବେଳା ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେଉଥିଲା ।

ଏ ଖବର ବି ପଢନ୍ତୁ:-IMDର ପୂର୍ବାନୁମାନ, ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ

ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ। ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ। ପାଣିପାଗ ବିଭାଗ ଏହି ଆକଳନ କରିଛି। ମଙ୍ଗଳବାର ଝାରସୁଗୁଡ଼ା ଓ ସୋନପୁରରେ ୩୮, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ବାରିପଦା, ଭୁବନେଶ୍ୱର ଓ ସମ୍ବଲପୁରରେ ୩୭ ଡିଗ୍ରୀ ରହିପାରେ । ୪ ତାରିଖ(ବୁଧବାର) ଟିଟିଲାଗଡ଼, ସୋନପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏ ଖବର ବି ପଢନ୍ତୁ:-ରାଜ୍ୟସଭା ଗଣିତ ଏବେ ଜଟିଳ : ବିଜେପି ଦେବ ୩ ପ୍ରାର୍ଥୀ , ବିରୋଧି ଶିବିରରେ ଅଲ୍ ଇଜ୍ ନଟ୍ ୱେଲ୍ , ଚତୁର୍ଥ ଆସନ ଯିବ କୁଆଡେ

ସୋମବାର ସମ୍ବଲପୁରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬, ଢେଙ୍କାନାଳରେ ୩୬.୬,ତାଳଚେରରେ ୩୭, ପାରଳାଖେମୁଣ୍ଡିରେ ୩୬.୨, ରାଉରକେଲାରେ ୩୬.୩, ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା । ଅନୁଗୁଳରେ ୩୬.୧, ବାରିପଦା ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା ।

ଏ ଖବର ବି ପଢନ୍ତୁ:- ଆମେରିକା ଦୂତାବାସ ଉପରେ ଆକ୍ରମଣ, ରିୟାଦରେ ଥିବା କାର୍ଯ୍ୟାଳୟରେ ଡ୍ରୋନ୍ ମାଡ଼ କଲା ଇରାନ