ସ୍କୁଟିକୁ ଧକ୍କା ଦେଲା ଅଟୋ, ଅଳ୍ପକେ ବର୍ତ୍ତିଗଲେ ଅନେକ ଯାତ୍ରୀ

Published By : Prameya-News7 Bureau | April 21, 2024 IST

ଚାନ୍ଦବାଲି ୨୧।୦୪ : ଭଦ୍ରକ ମୁଖ୍ୟ ରାସ୍ତା ନାଉଗୋରଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଅଟୋ । ଏହାପରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରୁ କିଛି ଯାତ୍ରୀ ଅଳ୍ପକେ ବର୍ତ୍ତି ଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ବୃଦ୍ଧଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଘଣ୍ଟେଶ୍ବର ହରିଚନ୍ଦନପୁରରୁ ଚାନ୍ଦବାଲି ଅଭିମୁଖେ ଆସୁଥିଲା ଏକ ଅଟୋ । ଏହି ସମୟରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଅଟୋ । ଯାହାଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା। ଅଟୋରେ ୬ରୁ ୭ଜଣ ଯାତ୍ରୀ ଥିବା ବେଳେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଓ ଅଟୋ ଚାଳକଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.