LIVE TV

ଟୟଲେଟ୍‌ ଭାବି କକପିଟ୍‌ର ଗେଟ୍‌ ଖୋଲିବାକୁ ଚେଷ୍ଟା ; ପାଇଲଟଙ୍କୁ ହାଇଜ୍ୟାକ୍‌ର ଆଶଙ୍କା , ୯ ହେପାଜତରେ

NEWS7
attempt to hijack air india plane

ନୂଆଦିଲ୍ଲୀ –ବେଙ୍ଗାଲୁରୁ-ବାରାଣାସୀ ବିମାନର ଉଡ଼ାଣ ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର କକପିଟ୍‌ ଖୋଲିବାକୁ ପ୍ରୟାସ କରାଯାଇ ଥିଲା। ଏହା ପରେ ୯ ଯାତ୍ରୀଙ୍କୁ ବାରାଣସୀରେ ଲ୍ୟାଣ୍ଡିଂ ପରେ ହେପାଜତକୁ ନେଇ ପଚରାପଚରି କରାଯାଉଛି। ସୋମବାର ସକାଳ ୧୦.୨୨ ସମୟରେ ବାରାଣାସୀରେ ବିମାନରେ ଯାତ୍ରା ବେଳେ ଦୁଇ ଜଣ ଯାତ୍ରୀ କକପିଟ୍‌ର ଗେଟ୍‌ ପାଖରେ କୋଡ୍‌ ପ୍ୟାନେଲ୍‌ରେ କିଛି ନମ୍ୱର ଦେଇ, ବେଙ୍ଗାଲୁରୁରୁ ବାରାଣାସୀ ଆସୁଥିବା ଏୟାର ଇଣ୍ଡିଆର ବିମାନର କକପିଟ୍‌ର ଡୋର ଦୁଇ ଯାତ୍ରୀ ଖୋଲିବାକୁ ଚେଷ୍ଟା କରିଥିଲେ। କକପିଟ୍‌ରେ ପଶିବା ପାଇଁ ସଠିକ୍‌ ପାସକୋଡ୍‌ ମଧ୍ୟ ଦେଇ ସାରି ଥିଲେ। ପାଇଲଟ୍‌ ହାଇଜ୍ୟାକ୍‌ର ଆଶଙ୍କାରେ ଗେଟ୍‌ ଖୋଲି ନଥିଲେ। ଏହାର ସୂଚନା ଏଟିସିକୁ ଦେଇଥିଲେ। ସେଠାରୁ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ସୂଚନା ଦିଆଗଲା। ବାରାଣାସୀରେ ସୁରକ୍ଷିତ ଲ୍ୟାଣ୍ଡିଂ ପରେ କକପିଟ୍‌ ଗେଟ୍‌ ଖୋଲିବାକୁ ଚେଷ୍ଟା କରିଥିବା ଦୁଇ ଜଣ ଯାତ୍ରୀଙ୍କ ସମେତ ମୋଟ ୯ ଜଣ ଲୋକଙ୍କୁ ହେପାଜତକୁ ନିଆଯାଇଛି।

ବାରାଣାସୀ ପୁଲିସ ସହ ଗୁଇନ୍ଦା ଏଜେନ୍ସିମାନେ ହେପାଜତକୁ ନିଆ ଯାଇଥିବା ଲୋକଙ୍କୁ ପଚରାପଚରିରେ ଲାଗିଛନ୍ତି। ବିମାନରେ ମୋଟ ୧୬୩ଜଣ ଯାତ୍ରୀ ବସି ଥିଲେ। ବିମାନର ବାରାଣାସୀରେ ଓହ୍ଲେଇବାର ସମୟ ୧୦.୪୫ , କିନ୍ତୁ ପୂରା ଘଟଣାକ୍ରମ ମଧ୍ୟରେ ୧୦.୨୨ରେ ହିଁ ବିମାନକୁ ଅବତରଣ କରାଯାଇ ଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଆଇଏକ୍ସ ୧୦୮୬ ବେଙ୍ଗାଲୁରୁରୁ ନିଜର ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରି ସୋମବାର ସକାଳେ ବାରାଣାସୀ ଆସୁଥିଲା। ବିମାନଟି ଆକାଶକୁ ଆସିବାର କିଛି ସମୟ ପରେ ହିଁ ଦୁଇ ଜଣ ଯାତ୍ରୀ କକପିଟ୍‌କୁ ଯିବା ପାଇଁ ତିଆରି କେବିନ ଗେଟ୍‌କୁ ଖୋଲିବାକୁ ଚେଷ୍ଟା କରିଥିଲେ।

ପାଇଲଟ୍‌ ଏହାର ସୂଚନା ତୁରନ୍ତ ଏଟିସିକୁ ଦେଇଥିଲେ। ଏଟିସି ସୁରକ୍ଷାରେ ମୁତୟନ ସିଆଇଏସଏଫ୍‌କୁ ସତର୍କ କରିଥିଲେ। ବାରାଣାସୀର ବାବତପୁର ଏୟାରପୋର୍ଟରେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ପରେ ସିଆଇଏସଏଫ୍‌ ଯବାନମାନେ କକପିଟ୍‌ ଖୋଲିବାକୁ ଚେଷ୍ଟା କରୁଥିବା ଦୁଇ ଯାତ୍ରୀଙ୍କ ସମେତ ମୋଟ ୯ଜଣଙ୍କୁ ହେପାଜତକୁ ଇଛନ୍ତି। ସମସ୍ତଙ୍କୁ ବାବତପୁର ପୁଲିସ ହେପାଜତକୁ ନେଇ ପଚରାପଚରି କରୁଛି।