ଜେଲ୍ ଫେରନ୍ତାଙ୍କ ଆତଙ୍କରାଜ, ଘରେ ପଶି ସବୁଜ ବାହିନୀ ବନ କର୍ମଚାରୀଙ୍କୁ ଟେଷ୍ଟରରେ ଭୂଷିଲେ

Published By : Prameya-News7 Bureau | July 28, 2025 IST

NEWS UPDATE

ଉଦଳା ୨୮।୦୭ : ଜେଲ ଫେରନ୍ତାଙ୍କ ଆତଙ୍କରାଜ। ଘରେ ପଶି ସବୁଜ ବାହିନୀ ବନ କର୍ମଚାରୀଙ୍କୁ ଟେଷ୍ଟର ଭୂଷିଲେ । ଏହାସହ ଘରେ ଥିବା ଝିଅକୁ କଲେ ଦୁର୍ବ୍ୟବହାର। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ଡାହୀସାହି ଗାଁରେ ଘଟିଛି ଏହି ଘଟଣା। 

ଖବର ଅନୁଯାୟୀ, ପୋଡ଼ାଡିହା ବନାଞ୍ଚଳର ସବୁଜ ବାହିନୀ କର୍ମଚାରୀ ଭାବେ କାମ କରନ୍ତି ଭରତ ଶତ୍ରୁ ସାଲ୍‌ । ଶିମିଳିପାଳରେ ଶିକାର କରି ୮ ମାସ ପୂର୍ବରୁ ଗିରଫ ହୋଇଥିଲା ୩ ଶିକାରୀ । ଆଉ ଏବେ ଏକ ମାସ ପୂର୍ବରୁ ଜେଲ୍‌ରୁ ବାହାରିଛନ୍ତି ଅଭିଯୁକ୍ତ । ଜେଲ୍‌ରୁ ବାହାରିବା ପରେ ଭରତ ଶତ୍ରୁ ସାଲ୍‌ଙ୍କୁ ଜୀବନୁ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ସବୁଜ ବାହିନୀ କର୍ମଚାରୀଙ୍କ ଘରେ ପଶି ଏକ ଟେଷ୍ଟର ଜରିଆରେ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଘରେ ପଶି ତାଙ୍କ ଝିଅକୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ମଧ୍ୟ ହୋଇଛି । କପ୍ତିପଦା ପୋଲିସ ଘଟଣାସଂପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.