ଭୁବନେଶ୍ୱର ୦୯।୦୩ : ରାଜଧାନୀରେ ପୁଣି ଏନ୍କାଉଣ୍ଟର । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡଙ୍କ ଗୁଳିରେ ଏଟିଏମ୍ ଲୁଟେରା ଦୀପକ କୁମାର ଗୁରୁତର । ଅପରାଧୀ ଦୀପକର ଘର ବିହାରରେ ବୋଲି ସୂଚନା ରହିଛି ।
ରାତି ଅଧରେ ଏନକାଉଣ୍ଟର। ATM ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଆନ୍ତଃରାଜ୍ୟ ବିହାରୀ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର କରିଛି ସ୍ପେସାଲ ସ୍କ୍ୱାଡ୍ । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ସ୍ଥାନରେ ATM ଲୁଟ୍ କରୁଥିଲା । ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ATM ଲୁଟ ଉଦ୍ୟମ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଦୀପକ । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଦୀପକ, ପୋଲିସର ପାଲଟା ଆକ୍ରମଣରେ ଦୀପକ ଘାଇଲା ହୋଇଛି । ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଦୀପକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମ୍ସ ସ୍ଥାନାନ୍ତର କରିଛି ସ୍ପେସାଲ ସ୍କ୍ୱାଡ୍ । ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି
ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦୀପକର ଘର ବିହାରରେ ହୋଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରୁ ଏଟିଏମ୍ ଲୁଟ୍ର ସାମିଲ ଥିବାର ସୂଚନା ପୋଲିସ ନିକଟରେ ରହିଛି ।