LIVE TV

ଆଠଗଡ଼ ବିଜେପିର ମିଶ୍ରଣ ପର୍ବ, ସାମିଲ ହେଲେ ଏକାଧିକ ନେତା ଓ କର୍ମୀ

NEWS7
ath

ଆଠଗଡ଼ ୨୮।୦୯ : ଆଠଗଡ଼ ବିଜେପିର ମିଶ୍ରଣ ପର୍ବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲେ ବିଜେଡ଼ିର ଛାମୁଆ ନେତା ଓ କର୍ମୀ । ଆଠଗଡ଼ ରଥଗଡ଼ା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ।

ଆଠଗଡର ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେଲେ ତିଗିରିଆ ବ୍ଲକ୍ ‌ହାଟମାଳ ପଞ୍ଚାୟତର ବିଜେଡି ଛାମୁଆ ନେତା ଓ କର୍ମୀ। ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଅଞ୍ଚଳର ଉନ୍ନତି ସାଧନ କରିବେ ବୋଲି କରିଛନ୍ତି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଓ କର୍ମୀ।