ସ୍ୱାସ୍ଥ୍ୟ ସେବା ଗବେଷଣା ନେଇ ସମ୍‌ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ

NEWS7
assenger-opened-emergency-gate-in-indigo-flight-before-landing

ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଏ ଦିଗରେ ଉତ୍କର୍ଷତା ହାସଲ ନିମନ୍ତେ ସାମାଜିକ ଓ ମାନବିକ ଦୃଷ୍ଟିକୋଣରୁ ଗବେଷଣାର ଆବଶ୍ୟକତା ରହିଛି ବୋଲି ଆଇଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଆଶିଷ ଘୋଷ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ‘ଏଭିଡେନ୍ସ ବେସ୍ଡ ପ୍ରାକ୍ଟିସ୍ ଆଣ୍ଡ ଇନୋଭେସନ ଇନ୍ ହେଲ୍ଥ କେୟାର ରିସର୍ଚ୍ଚ: ଅପ୍ଟିମାଇଜିଂ କ୍ୱାଲିଟି ଆଣ୍ଡ ଏକ୍ସିଲେନ୍ସ’ ଶୀର୍ଷକ ଆର୍ନ୍ତଜାତିକ କର୍ମଶାଳାରେ ପ୍ରଫେସର ଘୋଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଲୋଚନାଚକ୍ରରେ ରୋଗୀକୁ କଷ୍ଟମୁକ୍ତ କରିବା ନେଇ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ବିଷୟକ ଦୃଷ୍ଟିକୋଣରୁ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡିଚରଣ ରଥ ଯୋଗ ଦେଇ ଗବେଷଣାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏସଏଚଏସ୍ଆରସି, ଓଡ଼ିଶାର ଟିମ ଲିଡର ଡକ୍ଟର ଦୀନବନ୍ଧୁ ସାହୁ ମଧ୍ୟ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ ।

ଏହି ସମ୍ମିଳନୀରେ ୧୩ଟି ସାଇନ୍ଟିଫିକ୍ ସେସନ୍, ୮୭ଟି ଓରାଲ ପେପର ଏବଂ ୭ ଟି ପୋଷ୍ଟର ଉପସ୍ଥାପନ କରାଯାଇଥିଲା । ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ନର୍ସିଂ କଲେଜରୁ ୭୬୩ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସୋମି ଓଡ଼ିଶା ଶାଖାର ଉପଦେଷ୍ଟା ତଥା ବ୍ରହ୍ମପୁର ସରକାରୀ ନର୍ସିଂ କଲେଜର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ଅମ୍ରିତା ଲେଙ୍କା ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ନର୍ସ ମାନଙ୍କର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିବା ବେଳେ ଏସ୍ଏନ୍ସିର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ସମ୍ମିଳନୀର ପ୍ରସଙ୍ଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ସମ୍ମିଳନୀରେ ଏସ୍ଏନ୍ସିର ଆଡିସ୍ନାଲ ଡିନ୍ ପ୍ରଫେସର ତପତୀ ଶାହା, କାର୍ଯ୍ୟକ୍ରମର ସଂଯୋଜିକା ଆସୋସିଏଟ ପ୍ରଫେସର ଦେବଯାନୀ ନାୟକ, ସହସଂଯୋଜିକା ତଥା ଆସୋସିଏଟ୍ ପ୍ରଫେସର ମଧୁସ୍ମିତା ନାୟକ, ପ୍ରତିଭା ଖୋସ୍ଲା ଓ ରୁବି ପ୍ରଧାନ ବକ୍ତବ୍ୟ ରଖିଥିଲେ ।