LIVE TV

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ: ୨୨ ତାରିଖ ଯାଏଁ ଫିଲ ଅପ୍ କରିବେ ଛାତ୍ରଛାତ୍ରୀ

NEWS7
assembly-3number-gate-close-when-west-bengal-governor-jagdeep-dhankar-visit-to-assembly

କଟକ ୦୮/୧୧: ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ସମସ୍ତେ କେବଳ ଅନଲାଇନରେ ଫର୍ମ ପୂରଣ କରିବେ । bseodisha.ac.in ରେ ଲଗ୍‌ ଅନ୍‌ କରି ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ସଂସ୍କୃତ ଟୋଲ୍ ପରୀକ୍ଷାର୍ଥୀ ମାନେ ନଭେମ୍ବର ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଫର୍ମ ପୂରଣ କରିବେ । 

ସୂଚନା ଥାଉକି, ୨୦୨୬  ମସିହା ବାର୍ଷିକ ହାଇସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା (ମାଟ୍ରିକ୍‌) ନିମନ୍ତେ ଫର୍ମ  ପୂରଣ ଚଳିତ ନଭେମ୍ବର ମାସ ୮ ତାରିଖ ଶନିବାରରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହିତ  ଓଡ଼ିଶା ରାଜ୍ୟ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା(ଏସ୍‌ଓଏସ୍‌ସି) ଓ ମଧ୍ୟମା  (ସଂସ୍କୃତ) ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ  ଫର୍ମ ପୂରଣ ୧୨ ତାରିଖରୁ କରାଯିବ । ମାଟ୍ରିକ୍‌ ପରୀକ୍ଷା ପାଇଁ ୪ଟି ବର୍ଗରେ ଫର୍ମ ପୂରଣ କରାଯିବ ।

ସ୍କୁଲ୍‌ରେ ରେଗୁଲାର୍‌ ପାଠ ପଢୁଥିବା, ସ୍କୁଲ୍‌ରେ ଥିବା କ୍ୱାସି ରେଗୁଲାର୍‌ ଓ ସ୍କୁଲ୍‌ର ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ  ମୁଖ୍ୟଙ୍କ ଦ୍ୱାରା କରାଯିବ । ସେହିପରି ପତ୍ର ବିନିମୟ ପାଠ୍ୟକ୍ରମ ରେଗୁଲାର୍‌ ଓ ପତ୍ର ବିନିମୟ ପାଠ୍ୟକ୍ରମ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ  ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ଦ୍ୱାରା କରାଯିବ । ଫର୍ମ ପୂରଣର ଶେଷ ସମୟ ୨୨ ତାରିଖ ରାତି ୧୧ଟା ୪୫ ରଖାଯାଇଛି । ରାଜ୍ୟ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ୨୦୨୬(ପ୍ରଥମ) ନିମନ୍ତେ ଫର୍ମପୂରଣ ମଧ୍ୟ ୮ ତାରିଖରୁ ଆରମ୍ଭ ହେଉଛି ।

ଏହି ଫର୍ମପୂରଣ ଅନ୍‌ଲାଇନ୍‌ରେ  କରାଯିବ । ସମସ୍ତ ମୁକ୍ତ ବିଦ୍ୟାଳୟର ବ୍ଳକ୍‌ ଓ ଜିଲ୍ଲା ଷ୍ଟଡି ସେଣ୍ଟର୍‌ର ମୁଖ୍ୟ  ଏହି ଫର୍ମ ପୂରଣର କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରାଇବେ । ଫର୍ମ ପୂରଣ ପରେ ରୋଲ୍‌ ସିଟ୍‌ ଡାଉନ୍‌ଲୋଡ୍‌ କରି ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହାର ଏକ ନକଲ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ୨୪ ତାରିଖ ସୁଦ୍ଧା ଦାଖଲ କରିବେ । ଏଥିସହିତ ୨୦୨୬ ମସିହା ଦଶମ ଶ୍ରେଣୀ ମଧ୍ୟମା (ସଂସ୍କୃତ) ପରୀକ୍ଷା  ପାଇଁ ଫର୍ମ ପୂରଣ ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହୋଇ ୨୨ରେ ସରିବ ।

ଉଭୟ ରେଗୁଲାର୍‌ ଓ  ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀ ଏହି  ଫର୍ମ ପୂରଣ କରିବେ । ସଂପୃକ୍ତ  ଟୋଲ୍‌ର ହେଡ୍‌ ପଣ୍ଡିତମାନେ ନିଜ  ଟୋଲ୍‌ର ଡିଆର୍‌ ସିଟ୍‌ ସଂପୃକ୍ତ ଶାଖା  କାର୍ଯ୍ୟାଳୟରୁ ସଂଗ୍ରହ କରି ଫର୍ମ  ପୂରଣ କରିବା ପରେ ସଂପୃକ୍ତ ଶାଖା  କାର୍ଯ୍ୟାଳୟରେ ଦାଖଲ କରିବେ ।  ଏହାର ଶେଷ ଦିନ ଚଳିତ ମାସର ୨୪  ତାରିଖ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା  ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।