ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଆସିମ୍‌ ମୁନିର , ମୁକେଶ ଅମ୍ୱାନୀଙ୍କ ଫଟୋ ସେୟାର କରି କହିଲେ ...

Published By : Prameya-News7 Bureau | August 11, 2025 IST

ନୂଆଦିଲ୍ଲୀ : ପାକିସ୍ତାନର ସେନା ମୁଖ୍ୟ ଆସିମ୍ ମୁନିର ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ହେଲେ ଏହିଥର ସେ ଅଜବଗଜବ କଥା କହି ଅଧିକ ଚର୍ଚ୍ଚାରେ। ଖବର ଯେ, ସେ ଭାରତକୁ ଧମକାଇବା ପାଇଁ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ କଥା ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ସହ ତୁଳନା କରିବା ଚକ୍କରରେ ପାକସ୍ତାନକୁ ଲଜ୍ଜିତ କରିଛନ୍ତି। ବର୍ତ୍ତମାନ, ମୁନିର ଆମେରିକାରେ ଅଛନ୍ତି। ଦୁଇ ମାସରୁ କମ୍‌ ସମୟରେ ପାକିସ୍ତାନୀ ଆର୍ମି ଚିଫ୍‌ଙ୍କ ଏହା ଦ୍ୱିତୀୟ ଆମେରିକା ଯାତ୍ରା।

ମୁକେଶ ଅମ୍ୱାନୀଙ୍କ ଉପରେ କଣ କହି ଥିଲେ –

ମିଡ଼ିଆ ରିପୋର୍ଟ ଅନୁସାରେ, ଫ୍ଲୋରିଡାର ଟେମ୍ପାରେ ପାକିସ୍ତାନୀ ସଂପ୍ରଦାୟ ସହ ଭୋଜନ ବେଳେ ମୁନିର ଅନେକ ଆଶ୍ଚର୍ଯ୍ୟକର ଟିପ୍ପଣୀ କରିଛନ୍ତି। ଖବର ଅନୁସାରେ, ଏହି ସମୟରେ ପାକିସ୍ତାନୀ ସେନା ପକ୍ଷରୁ ପୂର୍ବରୁ କରାଯାଇ ଥିବା ଏକ ପୋଷ୍ଟର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ଅମ୍ୱାନୀଙ୍କ ଫଟୋ ମଧ୍ୟ ସାମିଲ ଥିଲା। ଦ ପ୍ରିଣ୍ଟ ଅନୁସାରେ , ମୁନିର କହିଥିଲେ , ସୁରହ ଫିଲ ଓ ମୁକେଶ ଅମ୍ୱାନୀଙ୍କ ସହ ଏକ ଟ୍ୱିଟ୍‌ କରି ଥିଲି, ଯାହାକି ତାଙ୍କୁ କହି ପାରିବି ଯେ, ଆମେ କଣ କରି ପାରିବୁ।

ପାକିସ୍ତାନକୁ ହିଁ କଲେ ଲଜ୍ଜିତ – 

ମୁନିର କହି ଦେଲେ , ଭାରତ ହାଇୱେରେ ଫରାରୀ ପରି ଚାଲୁଥିବା ଏକ ଚମକିଲା ମର୍ସିଡିଜ୍‌ , କିନ୍ତୁ ଆମେ ପଥରରେ ଭରା ଏକ ଟ୍ରକ୍‌। ଯଦି ଟ୍ରକ୍‌ କାରରେ ଧକ୍କା ହୁଏ , ତ କ୍ଷତି କାହାର ହେବ ? ଏହାସହ ଚାରି ଦିନ ଯାଏ ଚାଲି ଥିବା ଯୁଦ୍ଧକୁ ନେଇ ପାକିସ୍ତାନୀ ଫିଲ୍ଡ ମାର୍ଶଲ କହିଥିଲେ – ଭାରତୀୟଙ୍କୁ ନିଜର କ୍ଷତି ସ୍ୱୀକାର କରିନେବା ଉଚିତ୍‌। ଖେଳାଳି ଭାବନା ଏକ ଗୁଣ ହୋଇଥାଏ। 

ଭାରତକୁ ଧମକାଇଲେ –

କେବଳ ଏତିକି ନୁହେଁ ମୁନିର ଏହା ମଧ୍ୟ ଦାବି କରି ଥିଲେ ଯେ, ଯଦି ଭାରତ ସୂଚନା ଦିଏ , ତ ପାକିସ୍ତାନ ମଧ୍ୟ ନିଜକୁ ହୋଇଥିବା କ୍ଷତିର ସୂଚନା ସାର୍ବଜନିକ କରିବ। ସେ ଭାରତକୁ ମଧ୍ୟ ଧମକ ଦେଇ ଥିଲେ। ସେ କହିଥିଲେ, ସିନ୍ଧୁ ନଦୀ ଭାରତୀୟ ପରିବାର ଗୁଡ଼ିକର ସଂପତ୍ତି ନୁହେଁ। ଆମର ମିସାଇଲର ଅଭାବ ନାହିଁ।

ସେ ସିନ୍ଧୁ ନଦୀରେ ଭାରତୀୟ ପ୍ରୋଜେକ୍ଟ ଗୁଡ଼ିକୁ ମଧ୍ୟ କ୍ଷତି କରିବାର ଧମକ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ସ୍ପଷ୍ଟ କରି ଦେଇଛି ଯେ, କୌଣସି ପ୍ରକାରର ଆକ୍ରମଣାତ୍ମକ ମୁହଁତୋଡ ଜବାବ ଦିଆ ଯିବ। ସେ କହିଛନ୍ତି , ଆମେ ଭାରତର ବନ୍ଧ ନିର୍ମାଣକୁ ଅପେକ୍ଷା କରିବୁ ଏବଂ ଯେବେ ଏହା ସଂପୂର୍ଣ୍ଣ ହୋଇଯିବ , ଏହାକୁ ୧୦ଟି ମିସାଇଲ ମାଡ଼ କରି ବିସ୍ଫୋରଣ କରିଦେବୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.