News7 Logo

'କିଛି ଜିନିଷ କ୍ରୀଡା ପ୍ରେମଠାରୁ ଉପରେ...', ପାକ୍ ଖେଳାଳିଙ୍କ ସହ ହାତ ନମିଳାଇବାର କାରଣ କହିଲେ ସୂର୍ଯ୍ୟ..

NEWS7
india-pak

ନୂଆଦିଲ୍ଲୀ ୧୪/୦୯ : ଏସିଆ କପ୍‌ରେ ପାକିସ୍ତାନ ବିରୋଧରେ ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କଲା ଭାରତୀୟ ଟିମ୍ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ପହଲଗାମର ପୀଡ଼ିତ ପରିବାର ସହିତ ଛିଡ଼ା ହୋଇଛୁ । ଆମେ ଆମର ଏକତା ପ୍ରକାଶ କରୁଛୁ, ଆଶା କରୁଛୁ ଆମ ଦେଶର ବୀର ଯବାନମାନେ ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଥିବେ ।

ଉଭୟ ପାରମ୍ପରିକ ଶତ୍ରୁରାଷ୍ଟ୍ର ଏସିଆ କପରେ ପରସ୍ପର ବିରୋଧରେ ମୈଦାନକୁ ଓହ୍ଲାଇଥିବା ବେଳେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ମ୍ୟାଚ୍ ଆରମ୍ଭରେ ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲ୍ଲି ଆଗାଙ୍କ ସହିତ ହାତ ମିଳାଇନଥିଲେ । ସେହିପରି ଭାରତର ବିଜୟ ସହ ମ୍ୟାଚ୍ ଶେଷ ହୋଇଥିବା ବେଳେ ଉଭୟ ଦେଶର ଖେଳାଳି ପରସ୍ପର ସହ ହାତ ମିଳାଇନଥିବା ମଧ୍ୟ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଯାହାର ଝଲକ ଏସିଆ କପରେ ମଧ୍ୟ ଦେଖିବାକୁ ମିଳିଛି ।
ଜଣେ ସାମ୍ବାଦିକ ସୂର୍ଯ୍ୟକୁମାରଙ୍କୁ ପଚାରିଲେ ଯେ ପାକିସ୍ତାନୀ ଦଳ ସହିତ ହାତ ମିଳାଇବାକୁ ମନା କରିବା କ୍ରୀଡା ମନୋଭାବ ବିରୁଦ୍ଧରେ କି? ଏହାର ଉତ୍ତରରେ ସୂର୍ଯ୍ୟ କହିଥିଲେ ଯେ କିଛି ଜିନିଷ କ୍ରୀଡା ମନୋଭାବଠାରୁ ଊର୍ଦ୍ଧ୍ୱ। ତଥାପି, ପୂର୍ବରୁ ସୂର୍ଯ୍ୟକୁମାର ମ୍ୟାଚ୍ ପରବର୍ତ୍ତୀ ଉତ୍ସବରେ କହିଥିଲେ ଯେ ଆମେ ପହଲଗାମର ପୀଡିତ ପରିବାର ସହିତ ଠିଆ ହୋଇଛୁ।

ଆମେ ଆମର ଏକତା ପ୍ରକାଶ କରୁଛୁ, ଏହି ବିଜୟକୁ ଆମର ସମସ୍ତ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରିବାକୁ ଚାହୁଁଛୁ। ଆଶା କରୁଛି ସେମାନେ ଆମକୁ ପ୍ରେରଣା ଦେଇ ଚାଲିବେ। ପାକିସ୍ତାନୀ ଦଳ ସହିତ ହାତ ମିଳାଇବା ନିଷ୍ପତ୍ତି ସମ୍ପର୍କରେ ସୂର୍ଯ୍ୟ କହିଛନ୍ତି ଯେ ଆମର ସରକାର ଓ ବିସିସିଆଇ ସମସ୍ତେ ଏହି ନିଷ୍ପତ୍ତିରେ ଏକମତ ଥିଲେ । ଆମେ କେବଳ ଖେଳ ଖେଳିବା ପାଇଁ ଏଠାକୁ ଆସିଥିଲୁ । ମୁଁ ଭାବୁଛି ଆମେ ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛୁ।